ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ସରକାରୀ ଡାକ୍ତରଖାନା ପରିସର ଭିତରେ କିମ୍ବା ନିକଟରେ ଥିବା ଆହାର କେନ୍ଦ୍ରଗୁଡ଼ିକ ଏବେ ରବିବାରରେ ମଧ୍ୟ ଖୋଲିବ। ଏଠାରେ ରବିବାର ଦିନ ମଧ୍ୟ ଗରିବ ଲୋକଙ୍କୁ ୫ ଟଙ୍କାରେ ଖାଦ୍ୟ ମିଳିବ। ଏନେଇ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଓଡ଼ିଶାର ବିଭିନ୍ନ ମହାନଗର ନିଗମ କମିଶନର ଏବଂ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି।

ରାଜ୍ୟରେ ରବିବାର ଆହାର କେନ୍ଦ୍ର ବନ୍ଦ ରହୁଥିବାରୁ ବିଭିନ୍ନ ସରକାରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଅସୁଥିବା ଗରିବ ଲୋକମାନେ ହଇରାଣ ହେଉଛନ୍ତି। ଲୋକେ ଖାଦ୍ୟ ପାଇଁ ଆହାର କେନ୍ଦ୍ର ଉପରେ ନିର୍ଭର କରୁଥିବାରୁ ଡାକ୍ତରଖାନା ଏଗୁଡ଼ିକୁ ରବିବାର ମଧ୍ୟ ଖୋଲିବାକୁ ଦାବି ହୋଇ ଆସୁଥିଲା। ଏହି ସମସ୍ୟା ଦୂର କରିବା ଏବେ ରାଜ୍ୟ ସରକାର ଆହାର କେନ୍ଦ୍ରଗୁଡ଼ିକୁ ଏବେ ରବିବାରରେ ମଧ୍ୟ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି।

ଓଡ଼ିଶାରେ ଏ ଯାଏଁ ୧୬୭ଟି ଆହାର କେନ୍ଦ୍ର ଚାଲୁଅଛି। ଏଥିମଧ୍ୟରୁ ୮୨ଟି କେନ୍ଦ୍ର ଡାକ୍ତରଖାନା ପରିସରରେ ରହିଛି । ଏଥିରୁ ୫୮ଟି ଆହାର କେନ୍ଦ୍ରରେ ରାତ୍ରି ଭୋଜନ ମଧ୍ୟ ମିଳିଥାଏ। ପ୍ରତିଦିନ ଏଠାରୁ ଶସ୍ତାରେ ଖାଦ୍ୟ ପାଇ ପ୍ରାୟ ୫୦ ହଜାର ଲୋକ ଉପକୃତ ହେଉଛନ୍ତି।

ଡାକ୍ତରଖାନାରେ ରବିବାର ଦିନ ମଧ୍ୟ ଆହାର କେନ୍ଦ୍ର ଖୋଲିବା ପାଇଁ ପୂର୍ବରୁ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଓଡ଼ିଶା ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା।

Tags: #AaharCenter #CheapFoodMeal #Hospitals #Odisha

Comment