ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୨୪ ମସିହା ସାଧାରଣ ନିର୍ବାଚନ ପୂର୍ବରୁ ନିଜ ସଂଗଠନକୁ ସୁଦୃଢ଼ କରୁଛି ବିଜେଡି। ଏହି ପ୍ରରିପ୍ରେକ୍ଷୀରେ ଶୁକ୍ରବାର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟର ୬ଟି ଜିଲ୍ଲା ପାଇଁ ନୂଆ ଦଳୀୟ ସଭାପତିଙ୍କ ନାଁ ଘୋଷଣା କରିଛନ୍ତି। ସେହିପରି ଦଳ ପକ୍ଷରୁ ୩ ଜିଲ୍ଲାରେ କାର୍ଯ୍ୟକାରୀ ସଭାପତିଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି। ଏନେଇ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସୂଚନା ଦେଇଛନ୍ତି।

ବିଜେଡି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ବାଲେଶ୍ଵର ଜିଲ୍ଲାରେ ଅଶ୍ୱିନୀ କୁମାର ପାତ୍ରଙ୍କୁ ଦଳର ସଭାପତି କରାଯାଇଛି। ବାଲେଶ୍ଵର ଜିଲ୍ଲା ବିଜେଡି ସଭାପତି ପଦରୁ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ଇସ୍ତଫା ପରେ ଅଶ୍ୱିନୀଙ୍କୁ ନୂଆ ଦାୟିତ୍ଵ ମିଳିଛି। ସେହିପରି ଢେଙ୍କାନାଳ ଜିଲ୍ଲା ସଭାପତି ଭାବେ ନୃସିଂହ ଚରଣ ସାହୁଙ୍କୁ ନିଯୁକ୍ତ କରାଯାଇଛି।

ଅନ୍ୟପଟେ ଝିନ ହିକକା କୋରାପୁଟ ଜିଲ୍ଲା ବିଜେଡି ସଭାପତି ହୋଇଥିବା ବେଳେ ପ୍ରଭାସ କୁମାର ସିଂଙ୍କୁ ବରଗଡ଼, ହାଲୁ ମୁଣ୍ଡାରୀଙ୍କୁ ରାଉରକେଲା ଓ ରବି ସିଂଙ୍କୁ ଝାରସୁଗୁଡ଼ା ଜିଲ୍ଲା ବିଜେଡି ସଭାପତି ଭାବେ ଦାୟିତ୍ୱ ମିଳିଛି।

ସେହିପରି ବିଜେଡି ପକ୍ଷରୁ ଦେବୀ ପ୍ରସାଦ ଭୁତିଆଙ୍କୁ ଢେଙ୍କାନାଳ ଜିଲ୍ଲା ପାଇଁ ଦଳର କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ କରାଯାଇଛି। ଅନ୍ୟପଟେ ପ୍ରସାନ୍ତ ଗୁପ୍ତା କୋରାପୁଟ ଜିଲ୍ଲା ଓ ସୁଶାନ୍ତ ମହାପାତ୍ର ବରଗଡ଼ ଜିଲ୍ଲାର ବିଜେଡି କାର୍ଯ୍ୟକାରୀ ସଭାପତି ହୋଇଛନ୍ତି।

Tags: #BJD #OrganizationalReshuffle #2024Election #Politics #Odisha

Comment