ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଆସନ୍ତା ୨୦୨୪ ଫେବ୍ରୁଆରି ୨୦ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ଏ ନେଇ ଗୁରୁବାର ଦିନ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

ପ୍ରାୟ ୭ ମାସ ପୂର୍ବରୁ ମାଟ୍ରିକ ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ଚଳିତ ଥର ମାଟ୍ରିକ ପରୀକ୍ଷା ପୁରୁଣା ଢାଞ୍ଚାରେ କରାଯିବ।

ଆସନ୍ତା ଅକ୍ଟୋବର ମାସରୁ ଫର୍ମ ଫିଲଅପ୍ କରାଯିବ। କୋଭିଡ ପୂର୍ବରୁ ଯେଉଁଭଳି ଭାବେ ପରୀକ୍ଷା ହେଉଥିଲା ସେହି ଢାଞ୍ଚାରେ ଆସନ୍ତା ସେପ୍ଟେମ୍ବର ମାସ ୧୩ରୁ ୧୬ ତାରିଖ ପର୍ଯ୍ୟନ୍ତ ଷାଣ୍ମାସିକ ପରୀକ୍ଷା କରାଯିବ। ଷାଣ୍ମାସିକ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ବୋର୍ଡ ପକ୍ଷରୁ ଯୋଗାଇ ଦିଆଯିବ। ମାଟ୍ରିକ ପରୀକ୍ଷା ସହ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ମଧ୍ୟ ହେବ।

ପରୀକ୍ଷା ସରିବା ପରେ ଆସନ୍ତା ବର୍ଷ ମାର୍ଚ୍ଚ ୧୨ ତାରିଖରୁ ଖାତା ଦେଖା ପ୍ରକ୍ରିୟା ଆରମ୍ଭ ହେବ। ମାଟ୍ରିକ ପରୀକ୍ଷା ସମ୍ପର୍କରେ ବିସ୍ତୃତ ବିବରଣୀ ପରେ ପ୍ରଦାନ କରାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।

ଆଗୁଆ ପରୀକ୍ଷା ତାରିଖ ଘୋଷଣା ହେବା ଦ୍ଵାରା ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ ହେବାକୁ ସମୟ ମିଳିପାରିବ ବୋଲି କହିଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ ଉପସଭାପତି ନିହାର ରଞ୍ଜନ ମହାନ୍ତି।

Tags: #Education #Examination #MatricExam #Odisha

Comment