ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ ସର୍ଭିସ (ଓଏଏସ୍‌) ୨୦୨୧-୨୨ ପରୀକ୍ଷା ଫଳାଫଳ। ସୁଦେବ କୁମାର ପୃଷ୍ଟି ଓଏଏସ୍ ଟପ୍ପର ହୋଇଛନ୍ତି। ଏହି ପରୀକ୍ଷାରେ ସୁଚିସ୍ମିତା ପାଣିଗ୍ରାହୀ ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ପ୍ରଣବ ରଞ୍ଜନ ସାହୁ ତୃତୀୟ ସ୍ଥାନ ହାସଲ କରିଛନ୍ତି।

ଏହି ପରୀକ୍ଷାରେ ବୈଶାଖୀ ଲେଙ୍କା ଚତୁର୍ଥ ସ୍ଥାନରେ ରହିଥିବାବେଳେ ସ୍ଵେତଲୀନା ମାହାନା ପଞ୍ଚମ ସ୍ଥାନରେ ରହିଛନ୍ତି। ସେହିପରି ଅଗ୍ନିଜା ଶିବଦତ୍ତା ଷଷ୍ଠ ସ୍ଥାନରେ, ସନ୍ତୋଷ କୁମାର ପାତ୍ର ସପ୍ତମରେ, ମିମାଂସା ସାହୁ ଅଷ୍ଟମ ସ୍ଥାନରେ, ବିନ୍ଦୁ ବଳୟ ରାଉତରାୟ ନବମ ସ୍ଥାନରେ ରହିଥିବାବେଳେ ସୌମ୍ୟରଞ୍ଜନ ମହାପାତ୍ର ଦଶମ ସ୍ଥାନ ଅଧିକାର କରିଛନ୍ତି।

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ମୋଟ ୪୩୨ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ୫ ଜଣ ପୁଅ ଏବଂ ୫ ଜଣ ଝିଅ ରହିଛନ୍ତି।

Tags: #OASResut #OdishaCivilServiceExam #OPSC #Odisha

Comment