ଓଡ଼ିଶାଲାଇଭ୍ ବ୍ୟୁରୋ

  • ରାଜ୍ୟ ବିଜେପି ପକ୍ଷରୁ ୩୫ ଜଣିଆ ନୂଆ ଟିମ୍ ଘୋଷଣା
  • ଟିମରେ ୧୦ ଉପସଭାପତି ଏବଂ ୫ ସାଧାରଣ ସମ୍ପାଦକ ସାମିଲ
  • ଦଳ ପକ୍ଷରୁ ବିଭିନ୍ନ ମୋର୍ଚ୍ଚା ସଭାପତିଙ୍କ ନାଁ ମଧ୍ୟ ଘୋଷିତ

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଛି ବିଜେପି। ଓଡ଼ିଶା ବିଜେପି ନିଜର ନୂଆ ଟିମ୍ ଗଠନ କରିଛି। ଶୁକ୍ରବାର ଦଳ ପକ୍ଷରୁ ରାଜ୍ୟ ପଦାଧିକାରୀ ଓ ବିଭିନ୍ନ ମୋର୍ଚ୍ଚା ସଭାପତିଙ୍କ ନାଁ ଘୋଷଣା କରାଯାଇଛି। ଏହି ୩୫ ଜଣିଆ ତାଲିକାରେ ୧୦ଜଣ ଉପସଭାପତି ଓ ୫ଜଣ ସାଧାରଣ ସମ୍ପାଦକ ରହିଛନ୍ତି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏହି ତାଲିକା ଘୋଷଣା କରିଛନ୍ତି।

ରାଜ୍ୟ ବିଜେପି ପକ୍ଷରୁ ଅପରାଜିତା ଷଡଙ୍ଗୀ, ନାଉରି ନାୟକ, ରବି ନାଏକ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଗୋଲକ ମହାପାତ୍ର, କୁସୁମ ଟେଟେ, ଲେଖାଶ୍ରୀ ସାମନ୍ତସିଂହାର, ସୁକେଶି ଓରାମ, ବିରଞ୍ଚି ନାରାୟଣ ତ୍ରିପାଠୀଙ୍କୁ ଦଳର ଉପସଭାପତି କରାଯାଇଛି।

ସେହିପରି ଦଳର ସାଧାରଣ ସମ୍ପାଦକ ଭାବେ ସାରଦା ପ୍ରସାଦ ଶତପଥୀ, ଯତୀନ ମହାନ୍ତି, ପୂର୍ଣ୍ଣିମା କେର୍କେଟା, ମାନସ କୁମାର ମହାନ୍ତି ଏବଂ ସିମାଞ୍ଚଳ ଖଟେଇଙ୍କ ନାମ ଘୋଷଣା କରାଯାଇଛି।

ଅନ୍ୟପଟେ ଦଳ ପକ୍ଷରୁ ବିଭିନ୍ନ ମୋର୍ଚ୍ଚାର ସଭାପତିଙ୍କ ନାମ ଘୋଷଣା କରାଯାଇଛି। ଅଭିଳାଷ ପଣ୍ଡାଙ୍କୁ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚାର ସଭାପତି ଘୋଷଣା କରାଯାଇଥିବାବେଳେ ଡକ୍ଟର ଐଶ୍ୱର୍ଯ୍ୟା ବିଶ୍ୱାଳ ବିଜେପି ମହିଳା ମୋର୍ଚ୍ଚାର ସଭାପତି ହୋଇଛନ୍ତି।

ନିତ୍ୟାନନ୍ଦ ଗଣ୍ଡ ବିଜେପିର ରାଜ୍ୟ ଏସଟି ମୋର୍ଚ୍ଚା ସଭାପତି ହୋଇଥିବାବେଳେ ବିଭୁପ୍ରସାଦ ତରାଇଙ୍କୁ ଏସସି ମୋର୍ଚ୍ଚା ସଭାପତି ଭାବେ ଦାୟିତ୍ୱ ମିଳିଛି। ମହେଶ୍ଵର ସାହୁ କୃଷକ ମୋର୍ଚ୍ଚାର ସଭାପତି ହୋଇଥିବାବେଳେ ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ଭାବେ ସୁରଥ ବିଶ୍ୱାଳଙ୍କୁ ଦାୟିତ୍ୱ ଦେଇଛି ବିଜେପି।

ସେହିପରି ବିଜେପି ପକ୍ଷରୁ ଶୁକ୍ରବାର ଘୋଷଣା ହୋଇଥିବା ନୂଆ ଟିମରେ ୧୦ ଜଣ ସମ୍ପାଦକ ସାମିଲ ଅଛନ୍ତି। ଏମାନେ ହେଲେ ରମେଶ ଚନ୍ଦ୍ର ସାହୁ, ଟଙ୍କଧର ତ୍ରିପାଠୀ, ଇରାଶିଷ ଆଚାର୍ଯ୍ୟ, ନବୀନ ରାମ, ସିପ୍ରା ବାଜପେୟୀ, ଅଭିମନ୍ୟୁ ସେଠୀ, ସରୋଜ କୁମାର କର, ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର, କସ୍ତୁରୀ ମିଶ୍ର ଓ ପୂର୍ଣ୍ଣିମା ନାୟକ।

ଉମାକାନ୍ତ ପଟ୍ଟନାୟକ ରାଜ୍ୟ ବିଜେପିର ନୂଆ ସୋସିଆଲ ମିଡିଆ ଇନଚାର୍ଜ ଭାବେ ନିଯୁକ୍ତ କରାଯାଇଛି। ସେହିପରି ସୁଦର୍ଶନ ଗୋଏଲ ଦଳର ନୂଆ କୋଷାଧ୍ୟକ୍ଷ ହୋଇଥିବାବେଳେ ଦିବାକର ହରିଚନ୍ଦନ ଉପକୋଷାଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି।

Tags: #OdishaBJP #NewTeam #StateOrganization #2024Election #BJP #Odisha

Comment