ଓଡ଼ିଶାଲାଇଭ୍ ବ୍ୟୁରୋ

ନିର୍ଯାତିତ ତଥା ଅସହାୟ ମହିଳା ଓ ଶିଶୁମାନଙ୍କ ଲାଗି ଏକ ନିଆରା ଆଶ୍ରୟସ୍ଥଳୀ କରିଛନ୍ତି ସମାଜସେବୀ ଋତୁପର୍ଣ୍ଣା ମହାନ୍ତି, ଯାହାର ନାଁ ରହିଛି ‘ମା’ ଘର’। ଗରିବ, ଅସହାୟ ଏବଂ ନିର୍ଯାତନାର ଶିକାର ହେଉଥିବା ମହିଳା ଏବଂ ଶିଶୁମାନଙ୍କ ସୁରକ୍ଷା ନିମନ୍ତେ ୨୦୦୭ ମସିହାରେ ‘ମା’ ଘରର ପରିକଳ୍ପନା କରିଥିଲେ ଋତୁପର୍ଣ୍ଣ ଏବଂ ତାଙ୍କର କିଛି ସହଯୋଗୀ।

ଯେଉଁ ମହିଳା କିମ୍ଵା ଶିଶୁମାନେ ବିଭିନ୍ନ କାରଣରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି କିମ୍ବା ଚାଲାଣର ଶିକାର ହେଉଛନ୍ତି ସେମାନଙ୍କୁ ସାହାଯ୍ୟର ହାତ ବଢ଼ାଉଛି ‘ମା’ ଘର’ ଫାଉଣ୍ଡେସନ। ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ୧୫ଟି ଜିଲ୍ଲାରେ ‘ମା’ ଘର’ କାର୍ଯ୍ୟକ୍ଷମ ହେଉଛି। ଏହା ସହ ପ୍ରାୟ ୨୫ ହଜାରରୁ ଅଧିକ ମହିଳା ଯୋଡ଼ି ହୋଇଛନ୍ତି।

ସରକାରୀ ଚାକିରି ଛାଡ଼ି ସମାଜସେବା କରିବାକୁ ଆଗ୍ରହ ପ୍ରକାଶ କରିଥିଲେ ଋତୁପର୍ଣ୍ଣା। ସମାଜ ସେବା କରୁକରୁ ମହିଳା ଓ ଶିଶୁଙ୍କୁ ନର୍ଯାତନାର ଶିକାର ହେଉଥିବା ଦେଖି ସେ ‘ମା’ ଘର’ର ପରିକଳ୍ପା କରିଥିଲେ। ୨୦୦୭ ମସିହାରେ ମା’ ଘରର ମୂଳଦୁଆ ପଡ଼ିଥିଲା।

Tags: #MaaGhara #SocialWork #RutuparnaMohanty #Odisha

Comment