“ପିଲାବେଳୁ ମତେ ଝିଅଙ୍କ ସହ ସାଙ୍ଗ ହେବାକୁ ଭଲ ଲାଗୁଥିଲା। ସେମାନଙ୍କ ଭଳି ସଜ୍ଜ ହେବାକୁ ଭଲ ଲାଗୁଥିଲା। ସେତେବେଳେ ମୁଁ ଟ୍ରାନ୍ସଜେଣ୍ଡର କ’ଣ ଜାଣିନଥିଲି। ଧୀରେ ଧୀରେ ବୟସ ବଢ଼ିବା ସହ ବୁଝିପାରିଲି ମୁଁ ଜଣେ କିନ୍ନର’’, ଓଡ଼ିଶାଲାଇଭକୁ ସାକ୍ଷାତକାର ଦେଇ କହିଛନ୍ତି ଆଇଶା ପଣ୍ଡା।

ଆଇଶାଙ୍କ ନାଁ ପ୍ରଥମରୁ ଅଶୋକ ପଣ୍ଡା ଥିଲା। ପରିବାର ଲୋକେ ତାଙ୍କୁ ଘରର ସାନ ପୁଅ ଭାବେ ସ୍ନେହ ଶ୍ରଦ୍ଧା କରୁଥିଲେ। କିନ୍ତୁ ଯେତେବେଳେ ସେମାନେ ଜାଣିଲେ ଆଇଶା ପୁଅ ନୁହଁନ୍ତି ଜଣେ କିନ୍ନର, ସେତେବେଳେ ଆଇଶାଙ୍କ ପ୍ରତି ତାଙ୍କ ବ୍ୟବହାର ବଦଳିଯାଇଥିଲା। 

ଗାଁରେ ଲୋକେ ତାଙ୍କୁ ଟାହି ଟାପରା କରୁଥିଲେ। ସ୍କୁଲ, କଲେଜରେ ବି ତାଙ୍କୁ ମାଇଚିଆ ବୋଲି ସହପାଠୀମାନେ ଡାକୁଥିଲେ। କିନ୍ତୁ ଆଇଶା ସେଥିରେ ହାର ନମାନି ଲଢ଼ିଥିଲେ। ଆଜି ସେ ନିଜର ଏକ ପରିଚୟ ତିଆରି କରିଛନ୍ତି। କିନ୍ନର ଆଇଶା ପଣ୍ଡାଙ୍କ ବିଷୟରେ ଅଧିକ ଜାଣିବା ପାଇଁ ଦେଖନ୍ତୁ ଭିଡିଓ।

Tags: #Kinnar #AishaPanda #Transgender #କିନ୍ନର #ଆଇଶାପଣ୍ଡା

Comment