ଓଡ଼ିଶାଲାଇଭ୍ ବ୍ୟୁରୋ

ସମ୍ବଲପୁର ଓ ସମ୍ବଲପୁର ସିଟି ରେଳ ଷ୍ଟେସନ ମଧ୍ୟରେ ଲାଇନ ଦୋହରୀକରଣ ଓ ଅନ୍ୟାନ୍ୟ ଆଧୁନିକୀକରଣ କାମ କରାଯିବ। ଏଥିପାଇଁ ସମ୍ବଲପୁର-ଭୁବନେଶ୍ୱର ରେଳ ମାର୍ଗରେ ଟ୍ରେନ୍ ସେବା ପ୍ରଭାବିତ ହେବ। ରେଳଧାରଣା କାମ ପାଇଁ ସମ୍ବଲପୁରରୁ ବାହାରୁଥିବା ଓ ଆସୁଥିବା କେତେକ ଟ୍ରେନକୁ ବାତିଲ କରାଯାଇଛି। ଏନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବଲପୁର ପାଇଁ କିଛି ଟ୍ରେନକୁ ସାମୟିକ ଭାବେ ବାତିଲ କରାଯାଇଥିବାବେଳେ କିଛି ଟ୍ରେନ ସେବାକୁ ଆଂଶିକ ବାତିଲ କରାଯାଇଛି। ଏହାଛଡ଼ା ଅନ୍ୟ କିଛି ଟ୍ରେନର ରୁଟ ପରିବର୍ତ୍ତନ କରାଯାଇଛି। ଆସନ୍ତା ଅଗଷ୍ଟ ୧୮ ତାରିଖରୁ ୨୫ ତାରିଖ ଯାଏଁ ଟ୍ରେନ ସେବାଗୁଡ଼ିକ ପ୍ରଭାବିତ ହେବ। ତେବେ ଯାତ୍ରା କରିବା ପୂର୍ବରୁ ଜାଣି ନିଅନ୍ତୁ ଟ୍ରେନ ବାବଦରେ ଗୁରୁତ୍ଵପୂର୍ଣ୍ଣ ସୂଚନା।

ବାତିଲ୍ ହେବାକୁ ଥିବା ଟ୍ରେନ

  • ୧୮୩୦୧/୧୮୩୦୨ ସମ୍ବଲପୁର-ରାୟଗଡ଼ା-ସମ୍ବଲପୁର ଏକ୍ସପ୍ରେସ (୧୯ ରୁ ୨୩ ଅଗଷ୍ଟ ଉଭୟ ଦିଗରୁ)
  • ୧୮୩୦୩/୧୮୩୦୪ ସମ୍ବଲପୁର-ପୁରୀ-ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସ (୧୯ ରୁ ୨୩ ଅଗଷ୍ଟ ଉଭୟ ଦିଗରୁ)
  • ୧୮୧୨୮/୧୮୧୨୬ ରାଉରକେଲା-ପୁରୀ-ରାଉରକେଲା ଏକ୍ସପ୍ରେସ (୧୯ ରୁ ୨୩ ଅଗଷ୍ଟ ଉଭୟ ଦିଗରୁ)
  • ୦୮୨୬୪/୦୮୨୭୭ ବିଳାସପୁର-ଟିଟିଲାଗଡ଼-ରାୟପୁର ପାସେଞ୍ଜର ସ୍ପେଶାଲ (୧୮ ରୁ ୨୩ ଅଗଷ୍ଟ ଉଭୟ ଦିଗରୁ)
  • ୦୮୨୬୩/୦୮୨୭୮ ରାୟପୁର-ଟିଟିଲାଗଡ଼-ବିଳାସପୁର ପାସେଞ୍ଜର ସ୍ପେଶାଲ (୧୯ ରୁ ୨୪ ଅଗଷ୍ଟ ଉଭୟ ଦିଗରୁ)
  • ୦୮୧୬୯/୦୮୧୭୦ ଝାରସୁଗୁଡ଼ା-ସମ୍ବଲପୁର-ଝାରସୁଗୁଡ଼ା ମେମୁ ପାସେଞ୍ଜର (୧୯ ରୁ ୨୩ ଅଗଷ୍ଟ ଉଭୟ ଦିଗରୁ)
  • ୦୮୧୭୧/୦୮୧୭୨ ଝାରସୁଗୁଡ଼ା-ସମ୍ବଲପୁର-ଝାରସୁଗୁଡ଼ା ମେମୁ ପାସେଞ୍ଜର (୧୯ ରୁ ୨୩ ଅଗଷ୍ଟ ଉଭୟ ଦିଗରୁ)
  • ୨୦୮୦୯ ସମ୍ବଲପୁର-ନନ୍ଦେଡ ଏକ୍ସପ୍ରେସ (୨୦ ଓ ୨୧ ଅଗଷ୍ଟ ସମ୍ବଲପୁରରୁ ବାତିଲ)
  • ୨୦୮୧୦ ନନ୍ଦେଡ-ସମ୍ବଲପୁର ଏକ୍ସପ୍ରେସ (୨୧ ଓ ୨୨ ଅଗଷ୍ଟ ନନ୍ଦେଡରୁ ବାତିଲ)
  • ୧୮୩୦୯ ସମ୍ବଲପୁର-ଜାମ୍ମୁ ତାୱି ଏକ୍ସପ୍ରେସ (୧୯, ୨୧ ଓ ୨୨ ଅଗଷ୍ଟ ସମ୍ବଲପୁରରୁ ବାତିଲ)
  • ୧୮୩୦୯ ଜାମ୍ମୁ ତାୱି-ସମ୍ବଲପୁର ଏକ୍ସପ୍ରେସ (୧୮ ଓ ୨୦ ଅଗଷ୍ଟ ଜାମ୍ମୁ ତାୱିରୁ ବାତିଲ)
  • ୧୮୩୧୧ ସମ୍ବଲପୁର-ବନାରସ ଏକ୍ସପ୍ରେସ (୨୦ ଓ ୨୩ ଅଗଷ୍ଟ ସମ୍ବଲପୁରରୁ ବାତିଲ)
  • ୧୮୩୧୨ ବନାରସ-ସମ୍ବଲପୁର ଏକ୍ସପ୍ରେସ (୨୧ ଓ ୨୪ ଅଗଷ୍ଟ ବନାରସରୁ ବାତିଲ)
  • ୨୦୮୩୨ ସମ୍ବଲପୁର-ଶାଲିମାର ଏକ୍ସପ୍ରେସ (୨୦ ଓ ୨୨ ଅଗଷ୍ଟ ସମ୍ବଲପୁରରୁ ବାତିଲ)
  • ୨୦୮୩୧ ଶାଲିମାର-ସମ୍ବଲପୁର ଏକ୍ସପ୍ରେସ (୨୧ ଓ ୨୩ ଅଗଷ୍ଟ ଶାଲିମାରରୁ ବାତିଲ)
  • ୦୮୩୧୭ ସମ୍ବଲପୁର-ଜୁନାଗଡ଼ ରୋଡ୍ ପାସେଞ୍ଜର (୧୮ରୁ ୨୪ ଅଗଷ୍ଟ ସମ୍ବଲପୁରରୁ ବାତିଲ)
  • ୦୮୩୧୮ ଜୁନାଗଡ଼ ରୋଡ୍-ସମ୍ବଲପୁର ପାସେଞ୍ଜର (୧୯ରୁ ୨୫ ଅଗଷ୍ଟ ଜୁନାଗଡ଼ରୁ ବାତିଲ)

ଆଂଶିକ ବାତିଲ ଟ୍ରେନ

  • ୧୨୮୯୩/୧୨୮୯୪ ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟରସିଟି (୧୯ ରୁ୨୩ ଅଗଷ୍ଟ ଉଭୟ ଦିଗରୁ ଜୁଜୋମୁରା ଏବଂ ବାଲାଙ୍ଗୀର ମଧ୍ୟରେ ବାତିଲ)
  • ୨୦୮୧୦ ନନ୍ଦେଡ-ସମ୍ବଲପୁର ଏକ୍ସପ୍ରେସ (୧୯ ଅଗଷ୍ଟରେ ବରଗଡ ରୋଡ ଯାଏଁ ଚାଲିବ)
  • ୨୦୮୩୧ ଶାଲିମାର-ସମ୍ବଲପୁର ଏକ୍ସପ୍ରେସ (୧୯ ଅଗଷ୍ଟରେ ସମ୍ବଲପୁର ସିଟି ଯାଏଁ ଚାଲିବ)
  • ୧୮୩୦୯ ଜାମ୍ମୁ ତାୱି-ସମ୍ବଲପୁର ଏକ୍ସପ୍ରେସ (୧୭ ଅଗଷ୍ଟରେ ସମ୍ବଲପୁର ସିଟି ଯାଏଁ ଚାଲିବ)
  • ୦୮୩୧୨ ଏରୋଡ-ସମ୍ବଲପୁର ଏକ୍ସପ୍ରେସ (୧୮ ଅଗଷ୍ଟରେ ବରଗଡ ରୋଡ ଯାଏଁ ଚାଲିବ)

ରୁଟ ପରିବର୍ତ୍ତନ ହୋଇଥିବା ଟ୍ରେନ (ସରଲା ଏବଂ ସମ୍ବଲପୁର ସିଟି ନୂଆ ମାର୍ଗ ଦେଇ ଚାଲିବ)

  • ୧୮୪୫୧/୧୮୪୫୨ ହଟିଆ-ପୁରୀ-ହଟିଆ ତାପସ୍ୱିନୀ ଏକ୍ସପ୍ରେସ (୧୯ ରୁ ୨୩ ଅଗଷ୍ଟ ଉଭୟ ଦିଗରୁ)
  • ୨୦୮୦୭ ବିଶାଖାପାଟନମ୍-ଅମୃତସର ହିରାକୁଦ୍ ଏକ୍ସପ୍ରେସ (୧୯ ଓ ୨୨ ଅଗଷ୍ଟରେ ବିଶାଖାପାଟନମରୁ)
  • ୨୦୮୦୮ ଅମୃତସର-ବିଶାଖାପାଟନମ୍ ହିରାକୁଦ୍ ଏକ୍ସପ୍ରେସ (୧୯ ଓ ୨୩ ଅଗଷ୍ଟରେ ଅମୃତସରରୁ)
  • ୧୨୮୮୦ ଭୁବନେଶ୍ୱର-ଏଲଟିଟି ଏକ୍ସପ୍ରେସ (୨୧ ଅଗଷ୍ଟରେ ଭୁବନେଶ୍ୱରରୁ)
  • ୧୨୮୭୯ ଏଲଟିଟି-ଭୁବନେଶ୍ୱର ଏକ୍ସପ୍ରେସ (୧୯ ଅଗଷ୍ଟରେ ଏଲଟିଟିରୁ)
  • ୨୨୮୬୬ ପୁରୀ-ଏଲଟିଟି ଏକ୍ସପ୍ରେସ (୨୨ ଅଗଷ୍ଟରେ ପୁରୀରୁ)
  • ୨୦୪୭୧ ବିକାନିର୍-ପୁରୀ ଏକ୍ସପ୍ରେସ (୨୦ ଅଗଷ୍ଟରେ ବିକାନିରରୁ)
  • ୨୦୪୭୨ ପୁରୀ-ବିକାନର୍ ଏକ୍ସପ୍ରେସ୍ (୨୩ ଅଗଷ୍ଟରେ ପୁରୀରୁ)

Tags: #TrainServices #SambalpurDivision #EastcoastRailway #Odisha #IndianRailways

 

Comment