ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସିଭିଲ ସର୍ଭିସ (ଓସିଏସ) ପରୀକ୍ଷା ପାଇଁ ମଙ୍ଗଳବାର ତାରିଖ ଘୋଷଣା ହୋଇଛି। ଆସନ୍ତା ଅକ୍ଟୋବର ୧୫ ତାରିଖରେ ଓସିଏସ ପ୍ରିଲିମିନାରି ପରୀକ୍ଷା ହେବ। ଏନେଇ ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସସି) ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

ଓସିଏସ ପ୍ରିଲିମିନାରି ପରୀକ୍ଷା ପାଇଁ ଏବେ କେବଳ ତାରିଖ ଘୋଷଣା କରାଯାଇଛି। ଏହି ପରୀକ୍ଷା ସମ୍ବନ୍ଧୀୟ ବିସ୍ତୃତ ବିବରଣୀ ପରବର୍ତ୍ତୀ ସମୟରେ ଘୋଷଣା କରାଯିବ। ଆଗକୁ ଓପିଏସସିର ୱେବସାଇଟରେ ପ୍ରାର୍ଥୀମାନେ ପରୀକ୍ଷା ବାବଦରେ ଅଧିକ ସୂଚନା ପାଇପାରିବେ।

ଚଳିତବର୍ଷର ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ପାଇଁ ଆବେଦନ ଲାଗି ୨୦୨୨ ଡିସେମ୍ବର ମାସରେ ଓପିଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ରାଜ୍ୟରେ ମୋଟ ୬୮୩ଟି ପ୍ରଶାସନିକ ପଦବୀ ପାଇଁ ଏହି ପରୀକ୍ଷା କରାଯିବ। ଯେଉଁ ପ୍ରାର୍ଥୀମାନେ ପ୍ରିଲିମିନାରି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ ସେମାନେ ପରବର୍ତ୍ତୀ ସମୟରେ ଓସିଏସ ମେନ ପରୀକ୍ଷା ଦେବେ।

ଅନ୍ୟପଟେ ଗତ ଜୁଲାଇ ମାସ ୩୧ ତାରିଖରେ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ୨୦୨୧ର ଫଳ ପ୍ରକାଶ ପାଇଥିଲା। ଏଥିରେ ମୋଟ ୪୩୨ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଥିଲେ।

Tags: #OdishaCivilServiceExam #CivilServices #Employment #OPSC #Odisha

 

Comment