ଓଡ଼ିଶାଲାଇଭ୍ ବ୍ୟୁରୋ

 

 

ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବାରେ ୯୪୧ଟି ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏହି ସଂସ୍ଥାରେ ପ୍ରାର୍ଥୀମାନଙ୍କୁ ଅନେକ ଆଗ୍ନିକ (ଫାୟାରମ୍ୟାନ) ଓ ଡ୍ରାଇଭର ପଦବୀରେ ନିଯୁକ୍ତି ମିଳିବ।

ଏହିସବୁ ନିଯୁକ୍ତି ପାଇଁ ହେବାକୁ ଥିବା ପରୀକ୍ଷା ପାଇଁ ଏବେ ଅନଲାଇନ ଆବେଦନ ଆରମ୍ଭ ହୋଇଛି। ଆବେଦନର ଶେଷ ତାରିଖ ସେପ୍ଟେମ୍ବର ୩୦। ଜାଣନ୍ତୁ କେମିତି କରିବେ ଆବେଦନ।

ପଦବୀ ସଂଖ୍ୟା

  • ମୋଟ ପଦବୀ – ୯୪୧
  • ଫାୟାରମ୍ୟାନ – ୮୨୬
  • ଡ୍ରାଇଭର – ୧୧୫

ଯୋଗ୍ୟତା

  • ପ୍ରାର୍ଥୀମାନଙ୍କ ବୟସ ୧୮ ରୁ ୨୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ
  • ଯେକୌଣସି ବିଭାଗରେ ଅତି କମରେ ଯୁକ୍ତ ୨ ପାସ କରିଥିବା ଆବଶ୍ୟକ
  • କେବଳ ଡ୍ରାଇଭର ପଦବୀ ପାଇଁ ପ୍ରାର୍ଥୀଙ୍କ ପାଖରେ ଭାରି ଯାନ ଚଳାଇବାର ଲାଇସେନ୍ସ ଥିବା ଆବଶ୍ୟକ

ଚୟନ ପ୍ରକ୍ରିୟା  

  • ପ୍ରଥମେ ପ୍ରାର୍ଥୀମାନଙ୍କୁ ଏକ ପ୍ରବେଶିକ ପରୀକ୍ଷା ଦେବାକୁ ହେବ
  • ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀମାନଙ୍କ ମେଡିକାଲ ଭେରିଫିକେସନ କରାଯିବ
  • ଏଥିରେ ଚୟନ ହୋଇଥିବା ପ୍ରାର୍ଥୀମାନଙ୍କର ଶାରୀରିକ ପରୀକ୍ଷା କରାଯିବ
  • ଶେଷରେ ପଦବୀ ପାଇଁ ଚୟନ ପ୍ରାର୍ଥୀମାନଙ୍କ ଅନ୍ତିମ ତାଲିକା ଏସଏସସିର ୱେବସାଇଟରେ ବାହାରିବ

କେମିତି କରିବେ ଆବେଦନ

  • ଓଡ଼ିଶା ଅଗ୍ନିଶମ ବିଭାଗର ୱେବସାଇଟ୍ odishafshgscd.gov.inକୁ ଯାଆନ୍ତୁ
  • ୱେବସାଇଟ୍  ଭିତରେ ‘କ୍ୟାରିୟର’ ଅପ୍ସକୁ କ୍ଲିକ କରନ୍ତୁ
  • ଏହାପରେ ସେଠାରେ ନିଜର ରେଜିଷ୍ଟ୍ରେସନ କରନ୍ତୁ
  • ରେଜିଷ୍ଟ୍ରେସନ ପରେ ‘ଲଗ ଇନ’ କରି ପଦବୀ ପାଇଁ ଫର୍ମ ପୂରଣ କରନ୍ତୁ
  • ଫର୍ମ ପୂରଣବେଳେ ନିଜର ଡକ୍ୟୁମେଣ୍ଟ ସବୁ ଦାଖଲ କରନ୍ତୁ
  • ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ରଖନ୍ତୁ

ଏହି ପଦବୀ ପାଇଁ କେବେ ପରୀକ୍ଷା କରାଯିବ ସେ ନେଇ ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ଆଗକୁ ସୂଚନ ଦିଆଯିବ। ଏହି ପଦବୀ ଓ ପରୀକ୍ଷା ସମ୍ବନ୍ଧୀୟ ଅଧିକ ସୂଚନା ଅଗ୍ନିଶମ ବିଭାଗର ୱେବସାଇଟରେ ଉପଲବ୍ଧ।

Tags: #OdishaFire&EmergencyService #Employment #Careers #Odisha

 

Comment