ଓଡ଼ିଶାଲାଇଭ୍ ବ୍ୟୁରୋ

ଏବେ ବି ଶ୍ରୋତାଙ୍କ ହୃଦୟ ଜିଣୁଛି ଷାଠିଏ ଦଶକର ରୋମାଣ୍ଟିକ୍ ଗୀତ ‘ମୋ ମନ ବୀଣାର ତାରେ…’।

ଲୋକପ୍ରିୟତା ଓ ଶ୍ରୁତି ମଧୁରତାକୁ ଆଖି ଆଗରେ ରଖି ପୁରୁଣା ଓଡ଼ିଆ ଚଳଚ୍ଚିତ୍ରର ଏକ ନିର୍ଦିଷ୍ଟ ରୋମାଣ୍ଟିକ ଗୀତକୁ ଯଦି ଚୟନ କରିବା ପାଇଁ କୁହାଯାଏ, ୧୯୬୩ ମସିହାରେ ମୁକ୍ତି ଲାଭ କରିଥିବା ‘ମାଣିକ ଯୋଡ଼ି’ ଚଳଚ୍ଚିତ୍ରର ‘ମୋ ମନ ବୀଣାର ତାରେ…’ ନିଶ୍ଚିତ ଭାବରେ ସର୍ବାଗ୍ରେ ରହିବ।

ଖାସ୍ ସେଇଥି ଲାଗି ଏହି ଗୀତଟିକୁ ଗାଇବା ପାଇଁ ସମସାମୟିକ ପ୍ରାୟ ସମସ୍ତ କଣ୍ଠଶିଳ୍ପୀ ଉଦ୍ୟମ କରିଆସିଛନ୍ତି। ଏହାର ଗୀତାତ୍ମକତା, ସ୍ୱର ସଂଯୋଜନା ଏବଂ କଣ୍ଠଦାନ ଏତେ ଉଚ୍ଚକୋଟୀର ଯେ, ଓଡ଼ିଆ ଚଳଚ୍ଚିତ୍ର ସଙ୍ଗୀତ କ୍ଷେତ୍ରରେ ଏହା ଏକ ମାଇଲଖୁଣ୍ଟ କହିଲେ ଅତ୍ୟୁକ୍ତି ହେବନାହିଁ।

ଆଉ ତାହା ସମ୍ଭବ ହୋଇଥିଲା ତିନି ଜଣ ଦକ୍ଷ ବ୍ୟକ୍ତିଙ୍କ ପାଇଁ। ସେମାନେ ହେଲେ ସଙ୍ଗୀତ ନିର୍ଦେଶକ ବାଳକୃଷ୍ଣ ଦାଶ, ଗୀତିକାର ଜୀବନାନନ୍ଦ ପାଣି ଓ ଗାୟିକା ନିର୍ମଳା ମିଶ୍ର। ଷାଠିଏ ବର୍ଷ ତଳେ ଲେଖା ହୋଇଥିବା ଏହି ଗୀତର ମଧୁରତା ଆଜି ବି ଅମଳିନ।

Tags: #RomanticSong #EvergreenSong #OdiaCinemaSong #Odisha

LEAVE A REPLY

Please enter your comment!
Please enter your name here