ଓଡ଼ିଶାଲାଇଭ୍ ବ୍ୟୁରୋ

(ଫୁଲବାଣୀରୁ ସଦାଶିବ ପାତ୍ର): ନାବାଳିକା ଦୁଷ୍କର୍ମ ଉଦ୍ୟମ ମାମଲାର ବିଚାର କରି ଦୋଷୀକୁ ୩ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ୨୦୧୫ ମସିହାରେ ଘଟିଥିବା ମାମଲାର ବିଚାର କରି ଫୁଲବାଣୀ ଫାଷ୍ଟଟ୍ରାକ କୋର୍ଟର ବିଚାରପତି ଅନୀତା ସାହୁ ଏହି ଦଣ୍ଡାଦେଶ ଶୁଣାଇଛନ୍ତି।

ଦୋଷୀ ସାବ୍ୟସ୍ତ ହୋଇଥିବା କୋଟଗଡ଼ ଥାନା ଅନ୍ତର୍ଗତ ଶ୍ରୀରାମପୁରର ଧର୍ମେନ୍ଦ୍ର ପାତ୍ରଙ୍କୁ ଜେଲଦଣ୍ଡ ସହ ଆର୍ଥିକ ଦଣ୍ଡରେ ଦଣ୍ଡିତ କରାଯାଇଛି। ଜୋରିମାନା ଅନାଦେୟ ଅଧିକ ୩ ମାସ ଜେଲଦଣ୍ଡ ଭୋଗିବାକୁ ପଡ଼ିବ।

ଗତ ୨୦୧୫ ମସିହା ଜୁଲାଇ ମାସ ୮ ତାରିଖରେ ନାବାଳିକା ରାତିରେ ଘରେ ଶୋଇଥିବାବେଳେ ଧର୍ମେନ୍ଦ୍ର ପାତ୍ର ଦୁଷ୍କର୍ମ ପାଇଁ ଉଦ୍ୟମ କରିଥିଲେ। ନାବାଳିକା ଜଣକ ଚିତ୍କାର କରିବାରୁ ଧର୍ମେନ୍ଦ୍ର ଫେରାର ହେବାକୁ ଉଦ୍ୟମ କରୁଥିବାବେଳେ ତାଙ୍କ ପରିବାର ଲୋକେ ତାଙ୍କୁ ବାକୁ କରିଥିଲେ।

ଘଟଣାର ପରଦିନ ନାବାଳିକାଙ୍କ ପରିବାର ଲୋକ କୋଟଗଡ଼ ଥାନାରେ ଏ ନେଇ ଅଭିଯୋଗ କରିବା ସହ ଧର୍ମେନ୍ଦ୍ରଙ୍କୁ ପୋଲିସ୍ ଜିମା ଦେଇଥିଲେ। ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଧର୍ମେନ୍ଦ୍ରଙ୍କୁ କୋର୍ଟ ଚାଲାଣ କରିଥିଲା। ପରେ ଏହି ମାଲାରେ ଧର୍ମେନ୍ଦ୍ରଙ୍କୁ ଜାମିନ ମିଳିଥିଲା।

Tags: #Phulbani #RapeAttemptCase #PhulbanifasttracCourt #Odisha

Comment