ଓଡ଼ିଶାଲାଇଭ୍ ବ୍ୟୁରୋ

ଦିନେ ଇଟାଲିରୁ ବୁଲିବା ପାଇଁ ଆସିଥିଲେ, ଓଡ଼ିଶା ଓ ଓଡ଼ିଶୀ ମୋହରେ ବାନ୍ଧି ହୋଇ ରହିଗଲେ ଇଲେଆନା ଚିତାରିସ୍ତି।

ଓଡ଼ିଶୀ ଓ ଛଉ ନୃତ୍ୟ ଜଗତର ଜଣାଶୁଣା ନାଁ ଇଲେଆନା ଚିତାରିସ୍ତି। ସେ ଓଡ଼ିଶୀ ଶିଖିବାକୁ ୧୯୭୯ ମସିହା ଜୁନ ମାସରେ ଇଟାଲିରୁ ଓଡ଼ିଶା ଆସିଥିଲେ। ଏହାରି ଭିତରେ ୪୦ ବର୍ଷ ଅତିକ୍ରମ କରିଛି। ଓଡ଼ିଶାର କଳା, ସଂସ୍କୃତିକୁ ଆପଣେଇ ଏବେ ସେ ପାଲଟିଯାଇଛନ୍ତି ଜଣେ ଖାଣ୍ଟି ଓଡ଼ିଆଣୀ।

ପଦ୍ମ ବିଭୂଷଣ ଗୁରୁ କେଳୁଚରଣ ମହାପାତ୍ର ଇଲେଆନାଙ୍କ ନୃତ୍ୟ ଜୀବନକୁ ଦେଇଥିଲେ ନୂଆ ଦିଗ। ଓଡ଼ିଆ ନୃତ୍ୟ ଜଗତକୁ ବିଶେଷ ଅବଦାନ ପାଇଁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି ଇଲେଆନା ଚିତାରିସ୍ତି।

ଓଡ଼ିଶାଲାଇଭର ସ୍ୱତନ୍ତ୍ର ସାକ୍ଷାତକାରରେ ସେ ତାଙ୍କର ଇଟାଲିରୁ ଓଡ଼ିଶାର ଦୀର୍ଘ ଯାତ୍ରା ବିଷୟରେ କହିଛନ୍ତି। ଦେଖନ୍ତୁ ଭିଡିଓ।

Tags: #IleanaCitarist #OdissiDancer #Italian #Odisha

LEAVE A REPLY

Please enter your comment!
Please enter your name here