ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ୨୦ ହଜାର ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଁ ବାହାରିଲା ବିଜ୍ଞପ୍ତି।

ଓଡ଼ିଶାରେ ୨୦ ହଜାରଟି ପ୍ରାଥମିକ ଶିକ୍ଷକ ପଦବୀ ପୂରଣ ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି ନିଯୁକ୍ତି ପାଇଁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି। ସେପ୍ଟେମ୍ବର ୧୩ ତାରିଖରୁ ପଦବୀ ପାଇଁ ଅନଲାଇନ ଆବେଦନ ଆରମ୍ଭ ହେବ।

ଓସେପାର ବିଜ୍ଞପ୍ତି ଅନୁସାରେ ପ୍ରାଥମିକ ଶିକ୍ଷକ ପଦବୀର ଆବେଦନ ଅକ୍ଟୋବର ୧୦ ତାରିଖ ଯାଏଁ ଚାଲିବ। ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ଅନଲାଇନରେ କରାଯିବ। କମ୍ପ୍ୟୁଟର ବେସଡ୍ ଟେଷ୍ଟ (ସିବିଟି) ମାଧ୍ୟମରେ ଲିଖିତ ପରୀକ୍ଷା କରାଯାଇ ଆଶାୟୀ ପ୍ରାର୍ଥୀଙ୍କୁ କନିଷ୍ଠ ଶିକ୍ଷକ ଭାବେ ନିଯୁକ୍ତି ଦିଆଯିବ।

ଓସେପାର ୱେବସାଇଟରେ ଆଶାୟୀମାନେ ପଦବୀ ପାଇଁ ଆବେଦନ କରିପାରିବେ। ୱେବସାଇଟରେ ରାଜ୍ୟର କେଉଁ ଜିଲ୍ଲା ପାଇଁ କେତେ ଶିକ୍ଷକ ପଦ ରହିଛି ଏବଂ ଲିଖିତ ପରୀକ୍ଷାର ସିଲାବସ ବାବଦରେ ସବିଶେଷ ବିବରଣୀ ଉପଲବ୍ଧ।

ଓଡ଼ିଶାର ପ୍ରଥମିକ ବିଦ୍ୟାଳୟଗୁଡ଼ିକରେ ଅନେକ ଶିକ୍ଷକ ପଦବୀ ଖାଲି ପଡ଼ିଥିବାର ଦେଖିବାକୁ ମିଳୁଛି। ଏହାଦ୍ଵାରା ରାଜ୍ୟରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରଭାବିତ ହେଉଥିବା ଅଭିଯୋଗ ହେଉଥିଲା। ଏଥିପାଇଁ କିଛି ବର୍ଷ ବ୍ୟବଧାନ ପରେ ରାଜ୍ୟ ଶିକ୍ଷା ବିଭାଗରେ ଏଭଳି ବ୍ୟାପକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି।

Tags: #PrimaryTeachers #Employment #Education #OSEPA #Odisha

Comment