ଓଡ଼ିଶାଲାଇଭ୍ ବ୍ୟୁରୋ

ବିବାହ ବନ୍ଧନରେ ବାନ୍ଧି ହେବେ ରାଜନେତା ରାଘବ ଚଢ଼ା ଓ ଅଭିନେତ୍ରୀ ପରିଣୀତି ଚୋପ୍ରା

ବଲିଉଡ଼ରେ ଆସିଛି ପୁଣି ଏକ ଖୁସି ଖବର। ବିବାହବନ୍ଧନରେ ବାନ୍ଧି ହେବେ ରାଜନେତା ରାଘବ ଚଢ଼ା ଓ ଅଭିନେତ୍ରୀ ପରିଣୀତି ଚୋପ୍ରା। ସେପ୍ଟେମ୍ବର ୨୪ରେ ହେବ ବାହାଘର। ଏବେ ଆରମ୍ଭ ହୋଇଯାଇଛି ପ୍ରି-ୱେଡିଂ ସେଲିବ୍ରେସନ।

ହ୍ରଦର ସହର ଉଦୟପୁରରେ ପୁଣିଥରେ ହେବାକୁ ଯାଉଛି ଚର୍ଚ୍ଚିତ ରାଜକୀୟ ବିବାହ। ପରିଣୀତି ଓ ରାଘବଙ୍କ ବିବାହର ସାହାନାଇ ଶୁଣିବାକୁ ମିଳିବ ଉଦୟପୁରରେ। ନିଜ ବିବାହକୁ ସ୍ମରଣୀୟ କରିବାକୁ କୌଣସି ସୁଯୋଗ ହାତଛଡ଼ା କରିବାକୁ ଚାହୁଁନାହାଁନ୍ତି ଦୁହେଁ। ଦି ଲୀଲା ପ୍ୟାଲେସରେ ହେବ ବିବାହ।

ବିବାହର ଦିନ ପାଖେଇ ଆସୁଛି। ଏଥିପାଇଁ ଜୋରଦାର ଚାଲିଛି ପ୍ରସ୍ତୁତି। ସିକ୍ୟୁରିଟିକୁ ବଢାଇ ଦିଆଯାଇଛି। ଅନ୍ୟପଟେ ବିବାହକୁ ରାଜକୀୟ କରିବାକୁ ଅତିଥିଙ୍କ ପାଇଁ ସ୍ୱତନ୍ତ୍ର ଖାଦ୍ୟ ପ୍ରସ୍ତୁତ କରାଯିବ। ଯେଉଁଠି ଦୁହିଁଙ୍କ ବିବାହ ଅନୁଷ୍ଠିତ ହେବ ସେଠିକାର ଡାଇନିଙ୍ଗକୁ ପୁରା କାଚରେ ବନାଯାଇଛି।

ଦି ଲୀଲା ପ୍ୟାଲେସର ଗୋଟିଏ ରାତିର ଭଡା ୧୦ ଲକ୍ଷ ଟଙ୍କା। ଅତିଥିଙ୍କୁ ସ୍ୱାଗତ କରିବାକୁ ହୋଟେଲରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ବିଦେଶରୁ କିଛି ଖାସ୍ ଫୁଲ ମଗାଯାଇଛି। ରାଘବ ଓ ପରିଣୀତିଙ୍କ ପରିବାର ଦୁଇଟି ଅଲଗା ଅଲଗା ହୋଟେଲରେ ରହିବେ।

ରାଘବ-ପରୀଙ୍କ ବିବାହକୁ ନେଇ ଉଭୟ ପରିବାରରେ ଖୁସିର ମାହୋଲ।

Tags: #celebritywedding #parineetichopra #raghavchadha #udaypur #cityoflakes

Comment