ଓଡ଼ିଶାଲାଇଭ୍ ବ୍ୟୁରୋ

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ଦାୟିତ୍ଵ ମିଳିଛି।

ପ୍ରମିଳା ମଲ୍ଲିକ ଗୁରୁବାର ଦିନ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସୁଦାମ ମାର୍ଣ୍ଡିଙ୍କୁ ଏହି ବିଭାଗର ଅତିରିକ୍ତ ଦାୟିତ୍ଵ ଦେଇଛନ୍ତି ରାଜ୍ୟ ସରକାର। ଓଡ଼ିଶା ବିଧାନସଭା ବାଚସ୍ପତି ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବା ପୂର୍ବରୁ ପ୍ରମିଳା ମଲ୍ଲିକଙ୍କୁ ମନ୍ତ୍ରୀ ପଦବୀରୁ ଇସ୍ତଫା ଦେବାକୁ ପଡ଼ିଛି।

ଗତ ମେ’ ୧୨ ତାରିଖରେ ସମୀର ରଞ୍ଜନ ଦାଶ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ପଦବୀରୁ ଇସ୍ତଫା ଦେବା ପରେ ମେ’ ୨୨ ତାରିଖରେ ସୁଦାମ ମାର୍ଣ୍ଡିଙ୍କୁ ଏହି ବିଭାଗର ମନ୍ତ୍ରୀ କରିଥିଲେ ରାଜ୍ୟ ସରକାର।

୨୦୧୪ରୁ ୨୦୧୭ ପର୍ଯ୍ୟନ୍ତ ସୁଦାମ ମାର୍ଣ୍ଡି ନବୀନଙ୍କ ମନ୍ତ୍ରିମଣ୍ଡଳରେ ରାଷ୍ଟ୍ରମନ୍ତ୍ରୀ ରହିଥିଲେ। ୨୦୧୯ ମସିହାରେ ସେ କ୍ୟାବିନେଟ ମନ୍ତ୍ରୀ ଭାବେ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପାଇଥିଲେ। ଗତ ବର୍ଷ ମନ୍ତ୍ରିମଣ୍ଡଳ ଅଦଳବଦଳ ସମୟରେ ବାଦ ପଡ଼ିଥିଲେ ସୁଦାମ ମାର୍ଣ୍ଡି। ମେ’ ତାରିଖରେ ତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଥିବାବେଳେ ଆଜି ତାଙ୍କୁ ରାଜ୍ୟସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାର ଅତିରିକ୍ତ ଦାୟିତ୍ଵ ମିଳିଛି।

Tags: #Politics #OdishaPolitics #SudamMarndi #Odisha #RevenueAndDisasterManagementDepartment

Comment