ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ବିଦ୍ୟୁତ ଶକ୍ତି ସଞ୍ଚାରଣ ନିଗମ (ଓପିଟିସିଏଲ) ପକ୍ଷରୁ ୬୮ଟି ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଓପିଟିସିଏଲ ବିଭିନ୍ନ ବିଭାଗରେ ଖାଲିଥିବା ମ୍ୟାନେଜମେଣ୍ଟ ଟ୍ରେନି ଓ ଜୁନିୟର ମ୍ୟାନେଜମେଣ୍ଟ ଟ୍ରେନି ପଦବୀ ପୂରଣ ପାଇଁ ଏହି ନିଯୁକ୍ତି ହେବ।

ଏହି ସବୁ ନିଯୁକ୍ତି ପାଇଁ ହେବାକୁ ଥିବା ପରୀକ୍ଷା ପାଇଁ ଏବେ ଅନଲାଇନ ଆବେଦନ ଜାରି ରହିଛି। ରବିବାର ଆବେଦନ ପ୍ରକ୍ରିୟା ସରିବ।

ଆପଣମାନେ ଯଦି ଏ ପର୍ଯ୍ୟନ୍ତ ଓପିଟିସିଏଲର ଏହି ପରୀକ୍ଷା ପାଇଁ ଆବେଦନ କରିନାହାନ୍ତି, ଜାଣନ୍ତୁ କେମିତି କରିବେ ଆବେଦନ।

ପଦବୀ ସଂଖ୍ୟା

  • ମ୍ୟାନେଜମେଣ୍ଟ ଟ୍ରେନି (ଫାଇନାନ୍ସ) – ୧୦
  • ମ୍ୟାନେଜମେଣ୍ଟ ଟ୍ରେନି (ଆଇନ) – ୩
  • ମ୍ୟାନେଜମେଣ୍ଟ ଟ୍ରେନି (ଏଚଆରଡି) – ୧୦
  • ମ୍ୟାନେଜମେଣ୍ଟ ଟ୍ରେନି (ଟେଲିକମ) – ୧୦
  • ଜୁନିୟର ମ୍ୟାନେଜମେଣ୍ଟ ଟ୍ରେନି (ଫାଇନାନ୍ସ) – ୧୫
  • ଜୁନିୟର ମ୍ୟାନେଜମେଣ୍ଟ ଟ୍ରେନି (ଟେଲିକମ) – ୨୦

ଯୋଗ୍ୟତା

  • ପ୍ରାର୍ଥୀମାନଙ୍କ ବୟସ ୨୧ ବର୍ଷରୁ ୩୨ ବର୍ଷ ମଧ୍ୟରେ ହେବା ଆବଶ୍ୟକ
  • ମ୍ୟାନେଜମେଣ୍ଟ ଟ୍ରେନି କମର୍ସ ଗ୍ରାଜୁଏଟ ହୋଇଥିବା ଆବଶ୍ୟକ
  • ବିଭିନ୍ନ ପଦବୀ ପାଇଁ ଆବଶ୍ୟକ ‘ସିଏ’, କଷ୍ଟ ଆକାଉଣ୍ଟିଂ, ଏମବିଏ, ଏଲଏଲବି ଓ ଅନ୍ୟାନ୍ୟ ଡିଗ୍ରୀ ଥିବା ଆବଶ୍ୟକ

ଚୟନ ପ୍ରକ୍ରିୟା

ଏହି ସବୁ ପଦବୀ ପାଇଁ ଓପିଟିସିଏଲ ପକ୍ଷରୁ ପ୍ରଥମେ ପ୍ରିଲିମିନାରି ପରୀକ୍ଷା କରାଯିବ। ଏଥିରେ ଭଲ କରିଥିବା ପାର୍ଥୀଙ୍କର ସାର୍ଟିଫିକେଟ ଯାଞ୍ଚ ସହ ମେଡିକାଲ ଭେରିଫିକେସନ କରାଯିବ। ଏହାପରେ ଚୟନ ହୋଇଥିବା ପ୍ରାର୍ଥୀଙ୍କର ନାମ ବାହାରିବ। ନିଯୁକ୍ତି ପାଇଥିବା ପ୍ରାର୍ଥୀଙ୍କୁ ପ୍ରଥମେ ବର୍ଷେ ଯାଏଁ ବିଭିନ୍ନ କ୍ଷେତ୍ରରେ ପ୍ରଶିକ୍ଷଣ ଦିଆଯିବ।

କେମିତି କରିବେ ଆବେଦନ

  • ଓଏଚପିସିର ୱେବସାଇଟ୍ optcl.co.inକୁ ଯାଆନ୍ତୁ
  • ୱେବସାଇଟ୍  ଭିତରେ ‘ରିକ୍ରୁଟମେଣ୍ଟ’ ଅପ୍ସନକୁ କ୍ଲିକ କରନ୍ତୁ
  • ସେଠାରେ ନିଜର ନାମ ‘ରେଜିଷ୍ଟର’ କରନ୍ତୁ
  • ରେଜିଷ୍ଟ୍ରେସନ ହୋଇସାରିବା ପରେ ‘ଲଗ ଇନ’ କରନ୍ତୁ
  • ଏହାପରେ ପଦବୀଗୁଡ଼ିକ ପାଇଁ ଫର୍ମ ପୂରଣ କରନ୍ତୁ
  • ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ରଖନ୍ତୁ

 

ଓପିଟିସିଏଲ ପକ୍ଷରୁ ଏହିସବୁ ପଦବୀ ପାଇଁ ପ୍ରଥମେ ପ୍ରିଲିମିନାରି ପରୀକ୍ଷା କରାଯିବ। ଏହି ପରୀକ୍ଷା ଆସନ୍ତା ଅକ୍ଟୋବର କିମ୍ବା ନଭେମ୍ବର ମାସରେ ହେବ, ସେନେଇ ଆଗକୁ ସୂଚନା ଦିଆଯିବ। ପଦବୀ ଓ ପରୀକ୍ଷା ସମ୍ବନ୍ଧୀୟ ଅଧିକ ସୂଚନା ଓପିଟିସିଏଲ ୱେବସାଇଟରେ ଉପଲବ୍ଧ।

Tags: #OPTCL #ManagementJobs #Employment #Careers #Odisha

Comment