ଓଡ଼ିଶାଲାଇଭ୍ ବ୍ୟୁରୋ

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ସୋମବାରଠାରୁ ଆରମ୍ଭ ହୋଇଛି। ଏଥିରେ ମୌସୁମୀ ବାୟୁ ରାଜସ୍ଥାନରୁ ବାହାରି ଉତ୍ତର ଭାରତ ଏବଂ ଓଡ଼ିଶା ଦେଇ ଫେରିଯିବ। ଏଥିପାଇଁ ପାଗ ଅନୁକୂଳ ହୋଇଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ସେହିପରି ମୌସୁମୀ ଫେରିଲାବେଳେ ଓଡ଼ିଶାରେ ଅକ୍ଟୋବର ମାସରେ ବର୍ଷା ହେବାର ସମ୍ଭାବନା ରହିଥିବା ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଅକ୍ଟୋବର ୧୫ ତାରିଖ ସୁଦ୍ଧା ଓଡ଼ିଶାରୁ ମୌସୁମୀ ବାୟୁ ଫେରିଯିବ ବୋଲି ଆକଳନ କରାଯାଇଛି।

ଅନ୍ୟପଟେ ସେପ୍ଟେମ୍ବର ୨୯ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ପରବର୍ତ୍ତୀ ୨୪ ଘଣ୍ଟାରେ କ୍ରମେ ଏହା ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବ। ମୌସୁମୀ ପ୍ରତ୍ୟାବର୍ତ୍ତନ ସମୟରେ ଲଘୁଚାପ ହେଲେ ଓଡ଼ିଶାରେ ବର୍ଷାର ପରିମାଣ ଅନେକ ମାତ୍ରାରେ ବଢ଼ିବାର ସମ୍ଭାବନା ରହିଛି।

ସେହିପରି ଗତ ୨୪ ଘଣ୍ଟାରେ ଓଡ଼ିଶାରେ ହାରାହାରି ୫.୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲାର ବଣାଇଗଡ଼ରେ ରାଜ୍ୟର ସର୍ବାଧିକ ୫୨ ମିଲିମିଟର ବର୍ଷ ହୋଇଛି। ସୋମବାର ବର୍ଷା ପାଇଁ ରାଜ୍ୟର ୧୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Tags: #Monsoon2023 #Rain #Weather #Odisha #IMD #MCBBSR

Comment