ଓଡ଼ିଶାଲାଇଭ୍ ବ୍ୟୁରୋ

ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇଲା ମାଟ୍ରିକ ପରୀକ୍ଷା ଅନଲାଇନ ଫର୍ମ ଫିଲଅପ ଅବଧି

ବଢ଼ିଲା ମାଟ୍ରିକ ପରୀକ୍ଷା ଅନଲାଇନ ଫର୍ମ ଫିଲଅପ ଅବଧି। ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ଅବଧି ବୃଦ୍ଧି ପାଇଛି। ଏହାପରେ ଆଉ ଅବଧି ବଢ଼ିବନି ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।  

ଆସନ୍ତା ଫେବୃଆରୀ ୨୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ମାର୍ଚ୍ଚ ୪ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ମାଟ୍ରିକ ସହ ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ବି ହେବ। ସେହିପରି ମାର୍ଚ୍ଚ ୧୨ତାରିଖରୁ ଖାତାଦେଖା ଆରମ୍ଭ ହେବ।

ଆଗାମୀ ମାଟ୍ରିକ ପରୀକ୍ଷାର ଢାଞ୍ଚା ପରିବର୍ତ୍ତନ କରାଯିବା ନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବ ପରି ବର୍ଷ ଶେଷକୁ ଗୋଟିଏ ବୋର୍ଡ ପରୀକ୍ଷା ହେବ ବୋଲି କୁହାଯାଇଥିଲା। ପୂର୍ବରୁ ହେଉଥିବା ୨ଟି ପରୀକ୍ଷା ଆଉ ହେବନାହିଁ। ଦଶମରେ ବାର୍ଷିକ ପରୀକ୍ଷା ହିଁ ହେବ।

ପୂର୍ବରୁ ହେଉଥିବା ଇଣ୍ଟରନାଲ ଆସେସମେଣ୍ଟ ପରୀକ୍ଷା ଚାଲୁ ରହିବ। ଇଣ୍ଟରନାଲ ଆସେସମେଣ୍ଟ ପରୀକ୍ଷା ୪ଟି କ୍ୱାର୍ଟରରେ ହେବ। ନବମ ପାଇଁ ବାର୍ଷିକ ପରୀକ୍ଷା ହେବ, ଏଥିପାଇଁ ବୋର୍ଡ ପ୍ରଶ୍ନପତ୍ର ଯୋଗାଇବ। କରୋନା ସମୟରେ ସମେଟିଭ ପରୀକ୍ଷା ବ୍ୟବସ୍ଥା ହୋଇଥିଲା। ଏବେ ପୁଣିଥରେ ପୁରୁଣା ପଦ୍ଧତିରେ ପରୀକ୍ଷା କରିବା ପାଇଁ ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

Tags: #education #matricexam #formfillup #hsc #odisha

Comment