ଓଡ଼ିଶାଲାଇଭ୍ ବ୍ୟୁରୋ

୩୦୦୦ ମିଟର ସ୍ପିଡ ସ୍କେଟିଂରେ ଉଭୟ ମହିଳା ଓ ପୁରୁଷ ବର୍ଗରେ ବ୍ରୋଞ୍ଜ ପଦକ ଜିତିଛି ଭାରତ

ଚୀନର ହାଙ୍ଗଝୌରେ ଚାଲିଥିବା ଏସିଆନ ଗେମ୍ସରେ ଭାରତକୁ ମିଳିଛି ଆଉ ଦୁଇ ପଦକ। ୩୦୦୦ ମିଟର ସ୍ପିଡ ସ୍କେଟିଂରେ ଉଭୟ ପୁରୁଷ ଓ ମହିଳା ଦଳ ବ୍ରୋଞ୍ଜ ପଦକ ଜିତିଛନ୍ତି।

ପୁରୁଷ ଦଳରେ ଆନନ୍ଦକୁମାର ବେଲକୁମାର, ବିକ୍ରମ ରାଜେନ୍ଦ୍ର ଇନଗାଲେ ଏବଂ ସିଦ୍ଧାନ୍ତ ରାହୁଲ କୁମ୍ବଲେ ଏହି ସଫଳତା ହାସଲ କରିଛନ୍ତି। ସେହିପରି ମହିଳା ସ୍ପିଡ ସ୍କେଟିଂ ଦଳରେ କାର୍ତ୍ତିକା ଜଗଦେସ୍ୱରନ, ହୀରଲ ସାଧୁ ଏବଂ ଆରଥ୍ୟା କସ୍ତୁରୀ ରାଜ୍ ବ୍ରୋଞ୍ଜ ପଦକ ଜିତିଛନ୍ତି।

ସ୍କେଟିଂ ଖେଳ ଶେଷ ସୁଦ୍ଧା ଭାରତକୁ ମିଳିଛି ୫୫ ପଦକ। ଏଥିରେ ୧୩ଟି ସ୍ୱର୍ଣ୍ଣ, ୨୧ଟି ରୌପ୍ୟ ଏବଂ ୨୧ଟି ବ୍ରୋଞ୍ଜ ପଦକ ରହିଛି। ସର୍ବାଧିକ ୨୨ଟି ପଦକ ସହ ସୁଟିଂ ପ୍ରତିଯୋଗୀ ଏସିଆନ ଗେମ୍ସ ଯାତ୍ରା ଶେଷ କରିଛନ୍ତି।

ସେପ୍ଟେମ୍ବର ୨୩ରୁ ଚୀନର ହାଙ୍ଗଝୌରେ ଆରମ୍ଭ ହୋଇଥିବା ୧୯ତମ ଏସିଆନ ଗେମ୍ସ ଅକ୍ଟୋବର ୮ଯାଏଁ ଚାଲିବ।

Tags: #BharatATAG22 #AsianGames #SpeedSkating #BronzeMedal #India

Comment