ଓଡ଼ିଶାଲାଇଭ୍ ବ୍ୟୁରୋ

ମହିଳା ଷ୍ଟିପଲଚେଜରେ ରୌପ୍ୟ ପଦକ ଜିତିଛନ୍ତି ପାରୁଲ ଚୌଧୁରୀ ଓ ବ୍ରୋଞ୍ଜ ପଦକ ଜିତିଛନ୍ତି ପ୍ରୀତି

ହାଙ୍ଗଝୌରେ ଚାଲିଥିବା ୧୯ତମ ଏସିଆନ ଗେମ୍ସରେ ଭାରତକୁ ଆଉ ଦୁଇଟି ପଦକ ମିଳିଛି। ଆଥଲେଟିକ୍ସ ଇଭେଣ୍ଟ ମହିଳା ଷ୍ଟିପଲଚେଜରେ ପଦକ ହାସଲ କରିଛି ଭାରତ। ୩ ହଜାର ମିଟର ଷ୍ଟିପଲଚେଜରେ ରୌପ୍ୟ ପଦକ ଜିତିଛନ୍ତି ଭାରତର ପାରୁଲ ଚୌଧୁରୀ ଓ ବ୍ରୋଞ୍ଜ ପଦକ ଜିତିଛନ୍ତି ପ୍ରୀତି।

ପୂର୍ବରୁ ୩ ହଜାର ମିଟର ପୁରୁଷ ଷ୍ଟିପଲଚେଜରେ ଭାରତର ଅବିନାଶ ସାବଲେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଚଳିତ ଏସିଆନ ଗେମ୍ସରେ ଏହା ଥିଲା ଭାରତର ଦ୍ୱାଦଶ ସ୍ୱର୍ଣ୍ଣ ପଦକ ଓ ଆଥଲେଟିକ୍ସ ଇଭେଣ୍ଟରେ ତୃତୀୟ। ପ୍ରଥମ ଭାରତୀୟ ଭାବେ ଅବିନାଶ ସାଲଭେ ଷ୍ଟିପଲଚେଜରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

ସେହିପରି ପୂର୍ବରୁ ସଟପୁଟ ଇଭେଣ୍ଟରେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଛି ଭାରତ। ସଟପୁଟରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ତାଜିନ୍ଦର ପାଲ୍‌ ସିଂ ତୁର। ୨୦.୩୬ ମିଟର ପର୍ଯ୍ୟନ୍ତ ଥ୍ରୋ କରି ଏହି ସଫଳତା ନିଜ ନାମରେ କରିଛନ୍ତି ତାଜିନ୍ଦର। ବର୍ତ୍ତମାନ ସୁଦ୍ଧା ଭାରତ ୧୩ଟି ସ୍ୱର୍ଣ୍ଣ, ୨୨ଟି ରୌପ୍ୟ, ୨୩ଟି ବ୍ରୋଞ୍ଜ ପଦକ ସହ ମୋଟ ୫୮ଟି ପଦକ ହାସଲ କରିଛି।

Tags: #BharatATAG22 #AsianGames #Steeplechase#Medal #India #Chreer4India

Comment