ଓଡ଼ିଶାଲାଇଭ୍ ବ୍ୟୁରୋ

ସିକ୍କିମରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ସହିଦ ହୋଇଥିବା ଓଡ଼ିଆ ଯବାନ ସରୋଜ କୁମାର ଦାସଙ୍କ ପାର୍ଥିବ ଶରୀର ଶନିବାର ଦିନ ଜନ୍ମମାଟିରେ ପହଞ୍ଚିବ। ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସରୋଜଙ୍କ ପାର୍ଥିବ ଶରୀର ସିକ୍କିମରୁ ଭୁବନେଶ୍ୱରରେ ପହଞ୍ଚିବା ପରେ ସେଠାରୁ ତାଙ୍କ ଜନ୍ମମାଟି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର କେନ୍ଦୁଢ଼ିପକୁ ଅଣାଯିବ।

ଗାଁରେ ସହିଦଙ୍କ ପାର୍ଥିବ ଶରୀରକୁ ନେଇ ଏକ ଶୋଭାଯାତ୍ରା କରାଯିବ। ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସହିଦଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ।

ସିକ୍କିମରେ ଆସିଥିବା ଆକସ୍ମିକ ବନ୍ୟାରେ ମଙ୍ଗଳବାର ବିଳମ୍ବିତ ରାତିରେ ଭାରତୀୟ ସେନାର ୨୩ ଜଣ ଯବାନ ଭାସିଯାଇ ନିଖୋଜ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରେ ଥିଲେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କେନ୍ଦୁଢ଼ିପର ଓଡ଼ିଆ ଯବାନ ସରୋଜ କୁମାର ଦାସ। ଗୁରୁବାର ଦିନ ସରୋଜ କୁମାର ଦାସ ସହିଦ ହୋଇଥିବା ଖବର ଆସିଥିଲା।

ସରୋଜ କୁମାର ଦାସ ୨୦୧୨ ମସିହାରେ ଭାରତୀୟ ସେନାରେ ନିଯୁକ୍ତ ହୋଇଥିଲେ। ପରିବାରରେ ସବୁଠୁ ସାନ ପୁଅ ହେଉଛନ୍ତି ସରୋଜ। ୨୦୨୩ ମସିହା ଫେବ୍ରୁଆରି ମାସରେ ତାଙ୍କର ବିବାହ ହୋଇଥିଲା।

Tags: #Sikkim #Floods #sahid #martyred #HeavyRainfall #TeestaRiver #IndianArmyJawans #India

LEAVE A REPLY

Please enter your comment!
Please enter your name here