ଓଡ଼ିଶାଲାଇଭ୍ ବ୍ୟୁରୋ

ପଞ୍ଚଭୂତରେ ଲୀନ ହେଲା ସିକ୍କିମ ବନ୍ୟାରେ ସହିଦ ହୋଇଥିବା ଓଡ଼ିଆ ଯବାନ ସରୋଜ କୁମାର ଦାସଙ୍କ ପାର୍ଥିବ ଶରୀର। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ଅନ୍ତର୍ଗତ ଦୀଘି ପଞ୍ଚାୟତର କେନ୍ଦୁଢ଼ିପସ୍ଥିତ ଗାଁ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି।

ଶନିବାର ଦିନ ସନ୍ଧ୍ୟାରେ ସହିଦ ଯବାନ ସରୋଜ କୁମାର ଦାସଙ୍କୁ ଅଶ୍ରୁଳ ବିଦାୟ ଦେଇଛନ୍ତି ଆତ୍ମୀୟ। ସହିଦଙ୍କୁ ମୁଖାଗ୍ନୀ ଦେଇଥିଲେ ତାଙ୍କ ଦାଦାଙ୍କ ପୁଅ ରାକେଶ କୁମାର ଦାସ। ଏହି ଅବସରରେ ପରିବାର, ବନ୍ଧୁବାନ୍ଧବ, ଆତ୍ମୀୟ ସ୍ଵଜନ, ପ୍ରଶସଂକ, ଶୁଭେଚ୍ଛୁ, ରାଜନେତା ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ଲୁହରେ ଭିଜିଥିଲା ସହିଦଙ୍କ ଜନ୍ମମାଟି କେନ୍ଦୁଢ଼ିପ।

ସହିଦ ଯବାନ ସରୋଜ କୁମାର ଦାସଙ୍କ ପାର୍ଥିବ ଶରୀର ଶନିବାର ଅପରାହ୍ଣରେ ଓଡ଼ିଶାରେ ପହଞ୍ଚିଥିଲା। ଭୁବନେଶ୍ଵର ବିମାନବନ୍ଦରଠାରେ ସହିଦଙ୍କୁ ଗାର୍ଡଅଫ ଅନର ଦିଆଯାଇଥିଲା। ଏହା ପରେ ତାଙ୍କୁ କେନ୍ଦୁଢ଼ିପ ନିଆଯାଇଥିଲା। ପାର୍ଥିବ ଶରୀର ଜିଲ୍ଲପାଳଙ୍କ କାର୍ଯ୍ୟାଳୟରେ ପହଥିବା ପରେ ସେଠାରୁ ଏକ ବିରାଟ ଶୋଭାଯାତ୍ରାରେ ଜନ୍ମମାଟିକୁ ନିଆଯାଇଥିଲା। ଗାଁ ଶ୍ମଶାନରେଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।

ସିକ୍କିମରେ ଆସିଥିବା ଆକସ୍ମିକ ବନ୍ୟାରେ ମଙ୍ଗଳବାର ବିଳମ୍ବିତ ରାତିରେ ଭାରତୀୟ ସେନାର ୨୩ ଜଣ ଯବାନ ଭାସିଯାଇ ନିଖୋଜ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରେ ଥିଲେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କେନ୍ଦୁଢ଼ିପର ଓଡ଼ିଆ ଯବାନ ସରୋଜ କୁମାର ଦାସ। ଗୁରୁବାର ଦିନ ସରୋଜ କୁମାର ଦାସ ସହିଦ ହୋଇଥିବା ଖବର ଆସିଥିଲା।

ସରୋଜ କୁମାର ଦାସ ୨୦୧୨ ମସିହାରେ ଭାରତୀୟ ସେନାରେ ନିଯୁକ୍ତ ହୋଇଥିଲେ। ପରିବାରରେ ସବୁଠୁ ସାନ ପୁଅ ହେଉଛନ୍ତି ସରୋଜ। ୨୦୨୩ ମସିହା ଫେବ୍ରୁଆରି ମାସରେ ତାଙ୍କର ବିବାହ ହୋଇଥିଲା।

Tags: #Sikkim #Floods #sahid #martyred #HeavyRainfall #TeestaRiver #IndianArmyJawans #India

LEAVE A REPLY

Please enter your comment!
Please enter your name here