ଓଡ଼ିଶାଲାଇଭ୍ ବ୍ୟୁରୋ

ପାର୍ବଣକୁ ସ୍ୱାଗତ ପାଇଁ ସଜେଇ ହୋଇଛି ପ୍ରକୃତିରାଣୀ

ପାର୍ବଣର ସ୍ୱାଗତ ପାଇଁ ସଜେଇ ହୋଇଛି ପ୍ରକୃତିରାଣୀ। ବିଲଠାରୁ ନଦୀ ପଠା ସବୁଠି ଏବେ ଖିଲିଖିଲି ହସୁଛି ଧୋବ ଫରଫର କାଶତଣ୍ଡୀ। ସତେ ଯେମିତି ଆଶ୍ୱିନର ନିର୍ମଳ ନୀଳ ଆକାଶ ତଳେ ଧଳା ରଙ୍ଗର ଶାଢ଼ି ପରିଧାନ କରିଛି ଧରଣୀରାଣୀ। ଆଉ ପାର୍ବଣର ଶୁଭ ଆଗମନର ସୂଚନା ଦେଇଛି।  

ଜଗତଜନନୀ ମା’ ଦୁର୍ଗାଙ୍କ ଧରାବତରଣ ପାଇଁ ଆଉ ମାତ୍ର କିଛି ଦିନର ଅପେକ୍ଷା। ଚାରିଆଡ଼େ ଜମି ଆସିଲାଣି ପାର୍ବଣର ପରିବେଶ। ସୂର୍ଯ୍ୟଙ୍କ ସୁନେଲି କିରଣ ସହ ପବନ ସୁଅରେ କାଶତଣ୍ଡୀର ଖିଲିଖିଲି ହସ ଯେମିତି ମା’ଙ୍କ ଧରାପୃଷ୍ଠରେ ଆଗମନକୁ ଅନେଇ ବସିଛି।

କାଶତଣ୍ଡୀ ଫୁଟିଥାଏ ଦେବୀଙ୍କୁ ଆଗମନର ସ୍ୱାଗତ କରିବା ପାଇଁ ଚାମର ହୋଇ ନଦୀପଠାରେ, ବିଲ ହିଡ଼ରେ ଏବଂ ରାସ୍ତାକଡ଼ରେ। ଆକାଶରେ ଧଳା ମେଘ ଖଣ୍ଡ ସହ ଧରାପୃଷ୍ଠରେ କାଶତଣ୍ଡୀର ସୁଭ୍ରତା ଯେମିତି ଦେବୀଙ୍କ ପବିତ୍ରତାକୁ ପରିପ୍ରକାଶ କରିଛି।  

ନୀଳ ଆକାଶ ତଳେ ଧରଣୀରାଣୀ କୋଳେ କାଶତଣ୍ଡୀ ବିଭୋର କରିଛି ସମସ୍ତଙ୍କୁ। ପାଖେଇ ଆସିଲାଣି ଦୁର୍ଗାପୂଜା। ଧରାପୃଷ୍ଠରେ ଅବତରଣ କରି ଭକ୍ତଙ୍କ ମନସ୍କାମନା ପୂରଣ କରିବେ ଦେବୀ ଦୁର୍ଗା। ସେଥିପାଇଁ ରହିଛି ଅପେକ୍ଷା। ଆଉ ଏଇ କାଶତଣ୍ଡୀଙ୍କୁ ଦେଖି ଆରମ୍ଭ ହୋଇଯାଇଛି ଜଗତଜନନୀଙ୍କ ପୂଜା ପ୍ରସ୍ତୁତି।

Tags: #nature #durgapuja #kasatandiflower #naturebeauty #odisha

Comment