ଓଡ଼ିଶାଲାଇଭ୍ ବ୍ୟୁରୋ

ସୁନ୍ଦରଗଡ଼ର ଚିନ୍ତା ବଢ଼ାଉଛି ସ୍କ୍ରବ ଟାଇଫସ। ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୧୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୩୦ରେ ପହଞ୍ଚିଛି। ଏହି ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଧରଣୀରଞ୍ଜନ ଶତପଥୀ।

ମୋଟ ୯୯ ଜଣଙ୍କର ପରୀକ୍ଷା କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୪ ଜଣଙ୍କଠାରେ ପଜିଟିଭ ଚିହ୍ନଟ ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି ଆବଶ୍ୟକ ପରିମାଣର ଔଷଧ ମହଜୁଦ ରହିଛି। ଚିକିତ୍ସା ପାଇଁ ଡାକ୍ତରୀ ଦଳ ମଧ୍ୟ ପ୍ରସ୍ତୁତ ଅଛନ୍ତି। ସ୍କ୍ରବ ଟାଇଫସ୍ ସମ୍ପର୍କରେ ଗାଁ ଗାଁରେ ଲୋକଙ୍କୁ ସଚେତନ କରାଯାଉଥିବା ସେ କହିଛନ୍ତି।

ସୁନ୍ଦରଗଡ଼ ଜିଲ୍ଲାର ସଦର ବ୍ଲକ ମଝାପଡ଼ା ଏବଂ ବାଲିଶଙ୍କରା ବ୍ଲକରୁ ଅଧିକ ସ୍କ୍ରବ ଟାଇଫସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଏବଂ ରାଉରକେଲା ସରକାରୀ ଡାକ୍ତରଖାନାରେ ସ୍କ୍ରବ ଟାଇଫସ ପରୀକ୍ଷା ପାଇଁ ବ୍ୟବସ୍ଥା କରାଯାଇଛି।

Tags: #scrubtyphus #health #sundargarh #infection #odisha

LEAVE A REPLY

Please enter your comment!
Please enter your name here