ଓଡ଼ିଶାଲାଇଭ୍ ବ୍ୟୁରୋ

ବଙ୍ଗୋପସାଗରରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଏବେ ଲଘୁଚାପରେ ପରିଣତ ହୋଇଛି। ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଅକ୍ଟୋବର ୨୩ ତାରିଖ ବେଳକୁ ଏହା ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଏହି ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ଅକ୍ଟୋବର ୨୪ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏହି ସମୟରେ ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି।

ଅନ୍ୟପଟେ ଏବେ ଓଡ଼ିଶାରେ ବିଶେଷ ବର୍ଷା ହେଉ ନାହିଁ। ଅକ୍ଟୋବର ୨୦ରୁ ୨୩ ତାରିଖ ଯାଏଁ ସାରା ରାଜ୍ୟରେ ପାଗ ଶୁଖିଲା ରହିବ।

ଅକ୍ଟୋବର ୨୪ରେ ବିଜୟା ଦଶମୀ ପଡ଼ୁଥିବାରୁ ଚଳିତ ବର୍ଷ ପୂଜା ମଣ୍ଡପ ବର୍ଷାରେ ଭିଜିବା ନେଇ ଆଶଙ୍କା କରାଯାଉଛି।     

Tags: #LowPressure #Rain #BayofBengal #Weatherupdates #Odisha #MCBBSR

LEAVE A REPLY

Please enter your comment!
Please enter your name here