ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବିଶିଷ୍ଟ ସ୍ପିନର ବିଶନ ସିଂ ବେଦୀଙ୍କର ସୋମବାର ପରଲୋକ ଘଟିଛି। ତାଙ୍କୁ ମୃତ୍ୟୁ ବେଳକୁ ୭୭ ବର୍ଷ ହୋଇଥିଲା। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ତାଙ୍କ ମୃତ୍ୟୁରେ ସମଗ୍ର କ୍ରୀଡ଼ା ଜଗତ ଶୋକ ପ୍ରକାଶ କରିଛି।

ବିଶନ ସିଂହ ବେଦୀଙ୍କ ଜନ୍ମ ୧୯୪୬ ମସିହା ସେପ୍ଟେମ୍ବର ୨୫ ତାରିଖରେ ପଞ୍ଜାବର ଅମୃତସରରେ ହୋଇଥିଲା । ସେ ଭାରତ ପାଇଁ ୧୯୬୬ ଏକ ଟେଷ୍ଟରେ ପଦାର୍ପଣ କରିଥିଲେ। ତାଙ୍କ କ୍ରିକେଟ କ୍ୟାରିୟରରେ ସେ ଭାରତ ପାଇଁ ସବୁଠାରୁ ବଡ଼ ମ୍ୟାଚ୍ ବିଜେତା ସାବ୍ୟସ୍ତ ହୋଇଥିଲେ। ନିଜ ସ୍ପିନ ଜାଦୁରେ ସେ ବିପକ୍ଷ ବ୍ୟାଟ୍ସମ୍ୟାନମାନଙ୍କୁ ଚକିତ କରୁଥିଲେ।

୧୯୭୯ରେ କ୍ରିକେଟରୁ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ ବିଶନ ସିଂହ। ଏହି ସମୟ ମଧ୍ୟରେ ସେ ୬୭ ଟେଷ୍ଟ ଖେଳି ୨୬୬ ୱିକେଟ ଅକ୍ତିଆର କରିଥିଲେ। ଏହାସହ କିଛି ଦିନିକିଆ ମୁକବିଲାରେ ତାଙ୍କ ବୋଲିଂ ଆଟକ ଭାରତ ପାଇଁ ବହୁ ଉପଯୋଗୀ ସାବ୍ୟସ୍ତ ହୋଇଥିଲ।

ବୋଲିଂ ବ୍ୟତୀତ ବିଶନ ସିଂହ ବେଦୀଙ୍କ ପାଖରେ ଦଳର ନେତୃତ୍ୱ ନେବାର ଦକ୍ଷତା ମଧ୍ୟ ଥିଲା। ୧୯୭୬ରେ ତାଙ୍କୁ ଟିମ୍ ଇଣ୍ଡିଆର ଅଧିନାୟକ ନିଯୁକ୍ତ କରାଯାଇଥିଲା। ସେ ୧୯୭୮ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ ଦଳର ଅଧିନାୟକ ଥିଲେ। ତାଙ୍କ ନେତୃତ୍ଵରେ ଭାରତ ସେତେବେଳର ଶକ୍ତିଶାଳୀ ଦଳ ୱେଷ୍ଟଇଣ୍ଡିଜକୁ ସେମାନଙ୍କ ମାଟିରେ ହରାଇଥିଲା।

Tags: #BishanSinghBedi #FormerCricketer #Spinner #TestPlayer #Sports #India

Comment