ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏବଂ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ପାଇଁ ଅନଲାଇନ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ନଭେମ୍ବର ୨୦ ପଞ୍ଜିକରଣର ଶେଷ ତାରିଖ ରହିଛି।

ରାଜ୍ୟରେ ଥିବା ୩୧୪ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ୫ଟି ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟର ପ୍ରବେଶିକା ପରୀକ୍ଷା ଦେବା ଲାଗି ଛାତ୍ରଛତ୍ରୀ www.oav.edu.in ରେ ନାମ ପଞ୍ଜିକରଣ କରିପାରିବେ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି କରାଯାଇଛି। ମୋଟ ସିଟ୍ ମଧ୍ୟରୁ ୫୦ ପ୍ରତିଶତ ସିଟ୍ ଛାତ୍ରୀମାନଙ୍କ ଲାଗି ସଂରକ୍ଷିତ ରହିଛି। ରାଜ୍ୟରେ ୧୧୭ଟି ଆଦର୍ଶ ବିଦ୍ୟାଳୟରେ ଛାତ୍ରୀ ନିବାସ କାର୍ଯ୍ୟକ୍ଷମ ହେଉଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Tags: #AdarshaVidyalaya #OnlineRegistraion #EntranceExam #Admission #Education #Odisha

Comment