ଓଡ଼ିଶାଲାଇଭ୍ ବ୍ୟୁରୋ

ମହିଳା ସାମ୍ବାଦିକାଙ୍କୁ ମାଡ଼ ମାରିବା ଘଟଣାରେ ସିନେ ପ୍ରଯୋଜକ ଟୁଟୁ ନାୟକଙ୍କୁ ଗିରଫ କରିଛି ଖାରବେଳନଗର ଥାନା ପୋଲିସ। ଶନିବାର ଦିନ ଥାନାକୁ ଆଣି ପଚରାଉଚରା କରିବା ପରେ ଟୁଟୁ ନାୟକଙ୍କୁ ଗିରଫ କରାଯାଇଛି।

ଶୁକ୍ରବାର ଦିନ କାର୍ଯ୍ୟରତ ମହିଳା ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ଓଡ଼ିଆ ସିନେମା ପ୍ରଯୋଜକ ଟୁଟୁ ନାୟକ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ନେଇ ନିଜ ଆଡ଼ୁ ମାମଲା ରୁଜୁ କରିଛନ୍ତି ମହିଳା କମିଶନ। ଘଟଣାର ତଦନ୍ତ କରି ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ କମିଶନରେଟ ପୋଲିସକୁ ମହିଳା କମିଶନ ନିର୍ଦ୍ଦେଶ ଦେଇଛନ୍ତି।

ଏପଟେ ଏହି ଘଟଣାର ନିରପେକ୍ଷ ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଶନିବାର ଦିନ ଭୁବନେଶ୍ଵର ଡିସିପିଙ୍କୁ ଭେଟି ଦାବି କରିଛି ରାଜ୍ୟ ମହିଳା ସାମ୍ବାଦିକା ସଂଘ। ଏହି ସହିତ ମହିଳା ସାମ୍ବାଦିକାଙ୍କ ଲାଗି ଏକ ସୁରକ୍ଷିତ କାର୍ଯ୍ୟକ୍ଷେତ୍ର ସୃଷ୍ଟି କରିବା ପାଇଁ ପୋଲିସ ସହାୟତା ଯୋଗାଇ ଦେବାକୁ ଭୁବନେଶ୍ଵର ଡିସିପିଙ୍କୁ ନିବେଦନ କରାଯାଇଛି।

Tags: #MisbehaveToWomanJournalistCase #PoliceCase #CineProducerTutuNayak #arrest #KharvelnagarPoliceStation #odisha

Comment