ଓଡ଼ିଶାଲାଇଭ୍ ବ୍ୟୁରୋ

ମହିଳା ସାମ୍ବାଦିକାଙ୍କୁ ମାଡ଼ ମାରିବା ଘଟଣାରେ ଗିରଫ ହୋଇ ବିଚାରବିଭାଗୀୟ ହାଜତରେ ଥିବା ସିନେ ପ୍ରଯୋଜକ ଟୁଟୁ ନାୟକଙ୍କ ଜାମିନ ଆବେଦନ ତାରିଖ ଘୁଞ୍ଚିଲା। ଆସନ୍ତା ନଭେମ୍ବର ୮ ତାରିଖରେ ଟୁଟୁ ନାୟକଙ୍କ ଜାମିନ ଆବେଦନ ଉପରେ ଶୁଣାଣି ହେବ।

ଜଣେ କାର୍ଯ୍ୟରତ ସାମ୍ବାଦିକାଙ୍କୁ ମାଡ଼ ମାରିବା ଅଭିଯୋଗରେ ଶନିବାର ଦିନ ସିନେ ପ୍ରଯୋଜକ ଟୁଟୁ ନାୟକଙ୍କୁ ଗିରଫ କରିଥିଲା ଖାରବେଳନଗର ଥାନା ପୋଲିସ। ଏହା ପରେ ଟୁଟୁ ନାୟକଙ୍କୁ ୧୪ ଦିନ ପାଇଁ ବିଚାରବିଭାଗୀୟ ହାଜତକୁ ପଠାଯାଇଥିଲା। ଅଭିଯୁକ୍ତଙ୍କ ବିରୋଧରେ ଦଫା ୩୫୪, ୩୪୧, ୩୨୩ ଓ ୨୯୪ ଲାଗିଛି।

ସୋମବାର ଦିନ ଟୁଟୁ ନାୟକଙ୍କ ଜାମିନ ଆବେଦନ ଉପରେ ଶୁଣାଣି ହେବାରଥିଲା। କିନ୍ତୁ ନଭେମ୍ବର ୮ ତାରିଖକୁ ଶୁଣାଣି ଘୁଞ୍ଚାଇ ଦିଆଯାଇଛି।

Tags: #MisbehaveToWomanJournalistCase #PoliceCase #BailPetition#CineProducerTutuNayak #KharvelnagarPoliceStation #odisha

Comment