ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତାକାଲି, ବୁଧବାର ଦିନ କାର୍ତ୍ତିକ-କୃଷ୍ଣ ଦଶମୀ ତିଥିରେ ପୁରୀ ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ।

ଦ୍ଵିତୀୟ ଭୋଗମଣ୍ଡପ ଭୋଗ ନୀତି ଶେଷ ହେବା ପରେ ବୁଧବାର ଦିନ ଅପରାହ୍ଣ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ନାହିଁ ସାଧାରଣ ଭକ୍ତ। ରାତି ୯ଟା ପରେ ଶ୍ରୀବିଗ୍ରହମାନଙ୍କର ଦର୍ଶନ ସ୍ଵାଭାବିକ ହେବ। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Tags: #PuriShreeMandir #ShreeJagannath #BanakalagiRituals #Odisha

Comment