ଓଡ଼ିଶାଲାଇଭ୍ ବ୍ୟୁରୋ

ମହିଳା ସାମ୍ବାଦିକାଙ୍କୁ ମାଡ଼ ମାରିବା ଘଟଣାରେ ଗିରଫ ହୋଇ ବିଚାରବିଭାଗୀୟ ହାଜତରେ ଥିବା ସିନେ ପ୍ରଯୋଜକ ଟୁଟୁ ନାୟକଙ୍କୁ ମିଳିଲା ଜାମିନ। ବୁଧବାର ଦିନ ଜଣେ ଜାମିନଦାର ଏବଂ ୫୦ ହଜାର ଟଙ୍କା ବଦଳରେ ସର୍ତ୍ତମୂଳକ ଭାବେ ଟୁଟୁ ନାୟକଙ୍କୁ ଜାମିନ ଦେଇଛନ୍ତି ଭୁବନେଶ୍ୱର ଏସଡିଜେଏମ୍ କୋର୍ଟ।

ଜଣେ କାର୍ଯ୍ୟରତ ସାମ୍ବାଦିକାଙ୍କୁ ମାଡ଼ ମାରିବା ଅଭିଯୋଗରେ ଶନିବାର ଦିନ ସିନେ ପ୍ରଯୋଜକ ଟୁଟୁ ନାୟକଙ୍କୁ ଗିରଫ କରିଥିଲା ଖାରବେଳନଗର ଥାନା ପୋଲିସ। ଏହା ପରେ ତାଙ୍କୁ ୧୪ ଦିନ ପାଇଁ ବିଚାରବିଭାଗୀୟ ହାଜତକୁ ପଠାଯାଇଥିଲା। ଅଭିଯୁକ୍ତଙ୍କ ବିରୋଧରେ ଦଫା ୩୫୪, ୩୪୧, ୩୨୩ ଓ ୨୯୪ ଲାଗିଛି।

ସୋମବାର ଦିନ ଟୁଟୁ ନାୟକଙ୍କ ଜାମିନ ଆବେଦନ ଉପରେ ଶୁଣାଣି ହେବାର ଥିଲା। କିନ୍ତୁ ଅଭିଯୁକ୍ତାଙ୍କ ବୟାନ ରେକର୍ଡ କରାଯାଇନଥିବାରୁ ନଭେମ୍ବର ୮ ତାରିଖକୁ ଶୁଣାଣି ଘୁଞ୍ଚାଇ ଦିଆଯାଇଥିଲା।

Tags: #MisbehaveToWomanJournalistCase #PoliceCase #Bail #CineProducerTutuNayak #KharvelnagarPoliceStation #odisha

LEAVE A REPLY

Please enter your comment!
Please enter your name here