ଓଡ଼ିଶାଲାଇଭ୍ ବ୍ୟୁରୋ

(ବୌଦ୍ଧରୁ ଦେବବ୍ରତ ଦାଶ): ‘ଔଷଧ ନୁହେଁ, ଉଚିତ ସ୍ୱାସ୍ଥ୍ୟ ଶିକ୍ଷା ହିଁ ମଣିଷକୁ ନିରୋଗ ରଖେ’ ଏହି ବାର୍ତ୍ତା ଦେଇ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ବଲାଙ୍ଗୀରରୁ ପୁରୀ ୩୬୦ କିଲୋମିଟର ସାଇକେଲ ଯାତ୍ରାରେ ବାହାରିଛନ୍ତି ବଲାଙ୍ଗୀରର ଫିଟ ସାଇଲୋ କ୍ଳବର ୯ ଜଣ ଯୁବ ସଦସ୍ୟ। ଏହି ଯୁବକମାନେ ବିଭିନ୍ନ ସ୍ଥାନରେ ରହି ଲୋକଙ୍କୁ ଫିଟ ରହିବାର ମନ୍ତ୍ର ଦେଉଛନ୍ତି।

ବର୍ତ୍ତମାନ ସମୟରେ ମାନସିକ ଚାପ ଓ ଅବସାଦ ଲୋକଙ୍କୁ ରୋଗଗ୍ରସ୍ତ କରୁଛି। କମ ବୟସରେ ଉଚ୍ଚ ରକ୍ତଚାପ ଏବଂ ମଧୁମେହ ଭଳି ସମସ୍ୟା ଏବେ ସାଧାରଣ ଘଟଣା ହୋଇଗଲାଣି। ଏଥିରୁ ମୁକ୍ତି ପାଇବା ପାଇଁ ବ୍ୟବସ୍ଥିତ ଓ ନିୟମିତ ଭାବରେ ସାମାନ୍ୟ ଶବ୍ଦହୀନ ହସର ଆବଶ୍ୟକତା ରହିଛି। ଏହି ହସ ଚିକିତ୍ସାର ବାର୍ତ୍ତା ନେଇ ପୁରୀ ଅଭିମୁଖେ ବଲାଙ୍ଗୀରର ଫିଟ ସାଇଲୋ କ୍ଳବ ସଦସ୍ୟ ବାହରିଥିବା କହିଛନ୍ତି କ୍ଳବର ମୁଖ୍ୟ ଅର୍ତ୍ତତ୍ରାନ ପାଢ଼ୀ।

ଏହି ସଦସ୍ୟମାନେ ବୌଦ୍ଧ ଜିଲ୍ଲାରେ ପହଞ୍ଚି ଚାରିଛକଠାରେ ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନସାଧାରଣଙ୍କୁ ନେଇ ଏକ ସଚେତନତା ଶିବିର ଆୟୋଜନ କରି ଫିଟ ରହିବା ପାଇଁ ଟିପ୍ସ ଦେଇଥିଲେ। ପରେ ସେମାନେ ବୌଦ୍ଧରୁ ନୟାଗଡ଼ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ସୋମବାର ଦିନ ଏମାନେ ପୁରୀରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛନ୍ତି।

Tags: #Odisha #Balangir #HealthTips #Awarness #Cycling

Comment