ଓଡ଼ିଶାଲାଇଭ୍ ବ୍ୟୁରୋ

ବୁଧବାର ଦିନ ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ବଡ଼ ଠାକୁରଙ୍କ ବନକଲାଗି ନୀତି। ଏହି ଗୁପ୍ତ ନୀତି ପାଇଁ ସନ୍ଧ୍ୟା ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଚାରି ଘଣ୍ଟା ଧରି ବଡ଼ ଠାକୁରଙ୍କ ସେବାରେ ଲାଗିବେ ଦତ୍ତ ମହାପାତ୍ର ସେବକମାନେ। ହିଙ୍ଗଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଭଳି ପ୍ରାକୃତିକ ରଙ୍ଗରେ ଶ୍ରୀବିଗ୍ରହଙ୍କ ଶ୍ରୀମୁଖ ଶୀଙ୍ଗାର କରାଯିବ।

Tags: #PuriShreeMandir #ShreeJagannath #BanakalagiRituals #Odisha

Comment