ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ଝିଅ ବାୟୁସେନା ଅଧିକାରୀ ମନୀଷା ପାଢ଼ୀ ହେଲେ ଦେଶର ପ୍ରଥମ ଏଡ୍ ଡି କ୍ୟାମ୍ପ (ଏଡିସି)। ବୁଧବାର ଦିନ ରାଜଭବନଠାରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମିଜୋରାମର ରାଜ୍ୟପାଳ ଡକ୍ଟର ହରି ବାବୁ କାମଭାମପତି ମନୀଷାଙ୍କୁ ଏଡିସି ଭାବେ ନିଯୁକ୍ତି ଦେଇଛନ୍ତି।

୨୦୧୫ ବ୍ୟାଚର ବାୟୁସେନା ଅଧିକାରୀ ହେଉଛନ୍ତି ମନୀଷା ପାଢ଼ୀ। ଏଡିସି ନିଯୁକ୍ତ ହେବାରେ ପ୍ରଥମ ମହିଳା ହେବାର ଗୌରବ ମଧ୍ୟ ମନୀଷା ଅର୍ଜନ କରିଛନ୍ତି। ସ୍କ୍ଵାର୍ଡ ଲିଡର ମନୀଷା ପାଢ଼ୀ ଏହା ପୂର୍ବରୁ କର୍ଣ୍ଣାଟକର ବିଦର, ମହାରାଷ୍ଟ୍ରର ପୁଣେ ଏବଂ ପଞ୍ଜାବର ଭଟିଣ୍ଡା ଏୟାରଫୋର୍ସ ଷ୍ଟେସନରେ ନିଯୁକ୍ତ ଥିଲେ।

ମନୀଷାଙ୍କ ଜନ୍ମ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରରେ ହୋଇଥିବାବେଳେ ବାପା ମା’ ଭୁବନେଶ୍ଵରରେ ରୁହନ୍ତି। ମନୀଷା ବିବାହିତା। ସେ ଭୁବନେଶ୍ଵରସ୍ଥିତ ସିଭି ରମଣ କଲେଜ ଅଫ ଇଂଜିନିୟରିଂରୁ ଶିକ୍ଷାଲାଭ କରିଛନ୍ତି।

Tags: #AirforceofficerManishaPadhee #ManishaPadheeAppointedasADC #India #Odisha

Comment