ଓଡ଼ିଶାଲାଇଭ୍ ବ୍ୟୁରୋ

ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି କୋଟିପତି କନିଷ୍ଠ ଯନ୍ତ୍ରୀ ସୁନୀଲ କୁମାର ପାଢ଼ୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଗୁରୁବାର ଦିନ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ସୁନୀଲ କୁମାର ପାଢ଼ୀଙ୍କ ଘରେ ଚଢ଼ଉ କରିଛି ଭିଜିଲାନ୍ସ ଟିମ୍।

ଗୁରୁବାର ଭୋର ପ୍ରାୟ ୪ଟା ବେଳେ ସୁନୀଲ ପାଢ଼ୀଙ୍କ ଜାଗମରାସ୍ଥିତ ଘରେ ଭିଜିଲାନ୍ସର ଏକ ଟିମ୍ ଚଢ଼ଉ କରିଥିଲା। କିନ୍ତୁ ଭିଜିଲାନ୍ସ ବିଭାଗ ଅଧିକାରୀଙ୍କୁ ଦେଖି ସୁନୀଲ ଘରୁ ଫେରାର ହୋଇଯାଇଥିବା ଅଭିଯୋଗ ହେଉଛି। ଅବଶ୍ୟ ସେ ପରେ ଘରକୁ ଫେରିଥିଲେ।

କନିଷ୍ଠ ଯନ୍ତ୍ରୀ ସୁନୀଲ ପାଢ଼ୀଙ୍କ ୫ଟି ଠିକଣା ଉପରେ ଏକକାଳୀନ ଚଢ଼ଉ କରାଯାଇଛି। ସୁନୀଲଙ୍କ ସୁନାମ୍ଭ ସ୍ଥିତ ପୈତୃକ ଘର, ଆସିକା ବସଷ୍ଟାଣ୍ଡରେ ଥିବା ମାର୍କେଟ କମ୍ପ୍ଲେକ୍ସ, ଭଞ୍ଜନଗରସ୍ଥିତ ସମ୍ପର୍କୀୟଙ୍କ ଘର ଓ ଭୁବନେଶ୍ଵରର ଜାଗମରାଠାରେ ଥିବା ଘର କାର୍ଯ୍ୟାଳୟରେ ଚଢ଼ାଉ କରାଯାଇଛି।

ଏହି ଚଢ଼ଉରେ ସାମିଲ ହୋଇଛନ୍ତି ଭିଜିଲାନ୍ସ ବିଭାଗର ୬ଜଣ ଡିଏସପି, ୩ ଜଣ ଇନ୍ସପେକ୍ଟର ଓ ୭ ଜଣ ଏଏସଆଇ। ବର୍ତ୍ତମାନ ସୁଦ୍ଧା ସୁନୀଲଙ୍କ ଘରୁ ନଗଦ ୪ ଲକ୍ଷ ଟଙ୍କା, ଏକାଧିକ ବ୍ୟାଙ୍କର ପାସବୁକ, ଫିକ୍ସ ଡିପୋଜିଟ ଏବଂ ବହୁ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି।

Tags: #VigilanceRaid #SunilKumarpadhee #RWS&RJuniorEngineer #Odisha

LEAVE A REPLY

Please enter your comment!
Please enter your name here