ଓଡ଼ିଶାଲାଇଭ୍ ବ୍ୟୁରୋ

(ବୌଦ୍ଧରୁ ଦେବବ୍ରତ ଦାଶ): ଆୟକର ଫାଙ୍କିବା ଅଭିଯୋଗରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତିତିରିକଟାସ୍ଥିତ ଡିଷ୍ଟିଲେରି ପ୍ରାଇଭେଟ ଲିମିଟେଡ ଏବଂ ପୁରୁଣାକଟକସ୍ଥିତ ରାଣୀଶକ୍ତି ରାଇସ ମିଲରରେ ବୁଧବାର ଦିନ ଆୟକର ବିଭାଗ ଚଢ଼ଉ କରିଛି। କେବଳ ଓଡ଼ିଶା ନୁହେଁ କୋଲକାତା ଓ ରାଞ୍ଚିର କେତେକ ସ୍ଥାନରେ ଏକକାଳୀନ ଚଢ଼ଉ କରାଯାଇଛି।  

ବୌଦ୍ଧଠାରେ ହୋଇଥିବା ଚଢ଼ଉରେ ଆୟକର ବିଭାଗର ୧୨ ଜଣ ଅଧିକାରୀ ଏବଂ ସିଆଇଏସଏଫର ୪ ଜଣ ଯବାନ ସାମିଲ ହୋଇଥିବା ଜଣାପଡ଼ିଛି।

୨୦୦୮ ମସିହା ଡିସେମ୍ବର ୨୯ ତାରିଖରେ କୋଲକାତାରେ ପଞ୍ଜିକୃତ ହୋଇଥିବା ଏହି କମ୍ପାନିର ଓଡ଼ିଶାର ବିଭିନ୍ନ ଶାଖାରେ ଅନେକ ବ୍ୟବସାୟ ରହିଛି। ଏହା ମୁଖ୍ୟତଃ ଏକ ମଦ ତିଆରି କାରଖାନା ବୋଲି ଜଣାପଡ଼ିଛି। ଆୟକର ଫାଙ୍କିଆ ଅଭିଯୋଗରେ ବୁଧବାର ସକାଳୁ ଏଠାରୁ ଚଢ଼ାଉ କରାଯାଇଛି।

Tags: #Boudh #ITRaid #BoudhDistilleryprivateLimited #Odisha #RanishaktiRiceMill

LEAVE A REPLY

Please enter your comment!
Please enter your name here