ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ୨୦୨୪ ମସିହାରେ ହେବାକୁଥିବା ଆଇସିଏସଇ (ଦଶମ) ଏବଂ ଆଇଏସସି (ଦ୍ୱାଦଶ) ବୋର୍ଡ ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି। ଏନେଇ ଶୁକ୍ରବାର କାଉନସିଲ ଫର ଦ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏକ୍ଜାମିନେସନ (ସିଆଇଏସସିଇ) ପକ୍ଷରୁ ପରୀକ୍ଷାର ଡେଟ ସିଟ୍ ତଥା ସମୟସାରଣୀ ଜାରି କରାଯାଇଛି। ଛାତ୍ରଛାତ୍ରୀମାନେ ସିଆଇଏସସିଇ ବୋର୍ଡର ୱେବସାଇଟରେ ଏହାକୁ ଦେଖିପାରିବେ।

୨୦୨୪ ଦଶମ ଆଇସିଏସଇ ବୋର୍ଡ ପରୀକ୍ଷା ଫେବ୍ରୁଆରି ୨୧ ତାରିଖରେ ଆରମ୍ଭ ହେବ। ଏହା ମାର୍ଚ୍ଚ ୨୮ ତାରିଖ ଯାଏଁ ଚାଲିବ। ପ୍ରଥମ ଦିନ ଇଂରାଜୀ ଭାଷା ପେପରର ପରୀକ୍ଷା ଅନୁଷ୍ଠିତ ହେବ।

ଦଶମ ବୋର୍ଡର ସବୁ ପରୀକ୍ଷା ସକାଳ ୧୧ଟାରୁ ଆରମ୍ଭ ହେବ। କେବଳ ଶେଷ ଦିନରେ ଥିବା ଆର୍ଟ ପେପର ସକାଳ ୯ଟାରୁ ଆରମ୍ଭ ହେବାକୁ ଧାର୍ଯ୍ୟ ହୋଇଛି।

ଅନ୍ୟପଟେ ଆଇଏସସି ଦ୍ୱାଦଶ ପରୀକ୍ଷା ଫେବ୍ରୁଆରି ୧୨ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ ୩ ତାରିଖରେ ଯାଏଁ ଚାଲିବ। ଏଥିରେ ମଧ୍ୟ ପ୍ରଥମ ଦିନ ଇଂରାଜୀ ଭାଷା ପେପର ରହିଛି।

ତେବେ ସବୁ ଦ୍ୱାଦଶ ପରୀକ୍ଷା ଦିନ ୨ଟାରେ ଆରମ୍ଭ ହେବ। କେବଳ ଆର୍ଟ ପେପର ପରୀକ୍ଷା ସକାଳ ୯ଟାରେ ରହିଛି। ପ୍ରତି ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ୩ ଘଣ୍ଟା ସମୟ ମିଳିବ।

Tags: #ICSEExam #ISCExam #SecondaryEducation #CISCE #India

LEAVE A REPLY

Please enter your comment!
Please enter your name here