ଓଡ଼ିଶାଲାଇଭ୍ ବ୍ୟୁରୋ

(ବୌଦ୍ଧରୁ ଦେବବ୍ରତ ଦାଶ): ଆୟକର ଫାଙ୍କିବା ଅଭିଯୋଗରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତିତିରିକଟାସ୍ଥିତ ଡିଷ୍ଟିଲେରି ପ୍ରାଇଭେଟ ଲିମିଟେଡରେ ତିନିଦିନ ହେଲା ଚଢ଼ଉ ଜାରି ରହିଛି। ଶୁକ୍ରବାର ଦିନ ଭିତରେ ଚଢ଼ଉ ଜାରି ରହିଥିବାବେଳେ କାରଖାନାର ପାଚେରି ବାହାରେ ପଡ଼ିଛି ପୁଳାପୁଳା ଚିରା ୫ଶହ ଟଙ୍କିଆ ନୋଟ୍।

ଚିରା ନୋଟ୍‌କୁ ବୋହି ନେଉଛନ୍ତି ସ୍ଥାନୀୟ ଲୋକ। କେବଳ ଚିରା ନୋଟ୍ ନୁହେଁ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ପାଚେରି ବାହାରେ ପଡ଼ିଛି। ଭାରତର ବଡ଼ ସ୍ପିରିଟ କାରଖାନା ବୌଦ୍ଧ ଡିଷ୍ଟିଲେରି ପ୍ରାଇଭେଟ ଲିମିଟେଡରେ ବୁଧବାର ଦିନଠାରୁ ଆୟକର ବିଭାଗର ଚଢ଼ଉ ଜାରି ରହିଛି। ଏଠାରୁ ଜବତ ହୋଇଥିବା ଟଙ୍କା ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନଥିଲେ ମଧ୍ୟ ବଲାଙ୍ଗୀର ଭଳି ଏଠାରୁ ମଧ୍ୟ ଅମାପ ସମ୍ପତ୍ତି ମିଳିବ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।

Tags: #Boudh #ITRaid #CashSeized #Odisha #BoudhDistilletrPrivateLimited

LEAVE A REPLY

Please enter your comment!
Please enter your name here