ଓଡ଼ିଶାଲାଇଭ୍ ବ୍ୟୁରୋ

(ନୟାଗଡ଼ରୁ ନିଶିକାନ୍ତ ରଥ): ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ନୟାଗଡ଼ ଜିଲ୍ଲା ସବ୍‌ ରେଜିଷ୍ଟ୍ରାର ଶାଶ୍ୱତ ପଟ୍ଟନାୟକ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଶାଶ୍ୱତ ପଟ୍ଟନାୟକଙ୍କ ୬ଟି ଠିକଣା ଉପରେ ବୁଧବାର ସକାଳୁ ଚଢ଼ଉ କରିଛି ଭିଜିଲାନ୍ସ ବିଭାଗ।

ଶାଶ୍ୱତ ପଟ୍ଟନାୟକଙ୍କ ନୟାଗଡ଼ସ୍ଥିତ ଦେବୋତ୍ତର କଲୋନୀରେ ଥିବା ଭଡ଼ାଘର, ନୟାଗଡ଼ ସବ୍ ରେଜିଷ୍ଟ୍ରାର କାର୍ଯ୍ୟାଳୟ, କେନ୍ଦ୍ରାପଡ଼ା ଜିଲ୍ଲା ତଳବାରଙ୍ଗରେ ଥିବା ନିଜ ବାସଗୃହ ଏବଂ ତାଳଗାଁସ୍ଥିତ ପୈତୃକ ଘର, କେନ୍ଦ୍ରାପଡ଼ା ଜିଲ୍ଲାର ପେଣ୍ଠ ଓ ଦଳନ୍ତ ଗାଁରେ ଥିବା ସମ୍ପର୍କୀୟଙ୍କ ଘରେ ଚଢ଼ଉ କରାଯାଇଛି।

ଏହି ଚଢ଼ଉରେ ସାମିଲ ହୋଇଛନ୍ତି ଭୁବନେଶ୍ୱର, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲା ଭିଜିଲାନ୍ସର ୮ ଜଣ ଡିଏସପି, ୬ଜଣ ଇନ୍ସପେକ୍ଟର। ଚଢ଼ଉ ବେଳେ ଭିଜିଲାନ୍ସ ଅଧିକାରୀଙ୍କୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମିଳିଛି। ବର୍ଷକ ପୂର୍ବରୁ ନୟାଗଡ଼ ସବ୍ ରେଜିଷ୍ଟ୍ରାର ଭାବେ ଶାଶ୍ୱତ କୁମାର ପଟ୍ଟନାୟକ କାର୍ଯ୍ୟରେ ଯୋଗ ଦେଇଥିଲେ।

Tags: #VigilanceRaid #NayagarhSubRegistrarSaswatPatnaik #Odisha

Comment