ଓଡ଼ିଶାଲାଇଭ୍ ବ୍ୟୁରୋ

(ବୌଦ୍ଧରୁ ଦେବବ୍ରତ ଦାଶ): ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତିତିରିକଟାସ୍ଥିତ ବୌଦ୍ଧ ଡିଷ୍ଟିଲେରି ପ୍ରାଇଭେଟ ଲିମିଟେଡରେ ପୁଣି ଆୟକର ବିଭାଗର ଚଢ଼ଉ ହୋଇଛି। ଗୁରୁବାର ସକାଳୁ ଆୟକର ବିଭାଗର ଦୁଇଟି ଟିମ୍ ଏଠାରେ ଚଢ଼ାଉ କରିଛନ୍ତି।

ଏହା ପୂର୍ବରୁ ଡିସେମ୍ବର ୬ ତାରିଖରେ ବୌଦ୍ଧ ଡିଷ୍ଟିଲେରି ପ୍ରାଇଭେଟ ଲିମିଟେଡରେ ଆୟକର ବିଭାଗ ଚଢ଼ଉ କରିଥିଲା। ଡିସେମ୍ବର ୮ ତାରିଖ ଏଠାରେ ଚଢ଼ଉ ଚାଲିଥିଲା ବେଳେ ଡିଷ୍ଟିଲେରି କାରଖାନା ପାଚେରି ବାହାରେ ପୁଳାପୁଳା ଚିରା ୫୦୦ ଟଙ୍କିଆ ନୋଟ୍ ପଡ଼ିଥିବା ଦେଖିବାକୁ ମିଳିଥିଲା।

ଡିସେମ୍ବର ୯ ତାରିଖରେ ଚଢ଼ଉ ବେଳେ କମ୍ପାନିର ବହୁ ଗୁରୁତ୍ଵପୂର୍ଣ୍ଣ କାଗଜପତ, ପେନଡ୍ରାଇଭ ଅଜବତ କରାଯିବା ସହ ତିନିଜଣ ବରିଷ୍ଠ ଅଧିକାରୀଙ୍କୁ ସାଙ୍ଗରେ ନେଇ ପଚରା ଉଚରା କରିଥିଲେ।

Tags: #Boudh #ITRaid #BourdhDistilleryPvtLtd #Odisha #ITDepartment

Comment