ଓଡ଼ିଶାଲାଇଭ୍ ବ୍ୟୁରୋ

(ବୌଦ୍ଧରୁ ଦେବବ୍ରତ ଦାଶ): ବୌଦ୍ଧ ଜିଲ୍ଲାରେ ପୁଣି ସକ୍ରିୟ ହୋଇଛନ୍ତି ମାଓବାଦୀ। ମାଓବାଦୀ ଦମନ ପାଇଁ ଏସଓଜି ଯବାନଙ୍କ ପକ୍ଷରୁ ଆରମ୍ଭ ହୋଇଛି ସର୍ଚ୍ଚ ଅପରେସନ।

ଗୁରୁବାର ଦିନ ମାନମୁଣ୍ଡା ଥାନା ଅନ୍ତର୍ଗତ ଶଗଡ଼ା ଅଞ୍ଚଳର ନଳୀକୁପା ଗାଁ ନିକଟ ପେନାଜୋର ଜଙ୍ଗଲରେ ମାଓବାଦୀ ଏବଂ ଏସୋଜି ଯବାନଙ୍କ ମଧ୍ୟରେ ଗୁଳିବିନିୟ ଚାଲିଛି। ପ୍ରାୟ ଦୁଇ ଘଣ୍ଟା ହେଲା ଉଭୟଙ୍କ ମଧ୍ୟରେ ଏହି ସଂଘର୍ଷ ଜାରି ରହିଛି।

ଦୁଇଟି ଟିମରେ ପ୍ରାୟ ୬୦ଜଣ ଏସଓଜି ଯବାନ ଅପରେସନରେ ସାମିଲ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଉଭୟ ପକ୍ଷରୁ କେହି ମୃତାହତ ହେବାର କୌଣସି ସୂଚନା ମିଳିନାହିଁ।

Tags: #Boudh #SOGJawan #Maoist #ExchangeFire #Odisha #SearchOperation

Comment