ଓଡ଼ିଶାଲାଇଭ୍ ବ୍ୟୁରୋ

(ବୌଦ୍ଧରୁ ଦେବବ୍ରତ ଦାଶ): ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ନଳୀକୁପା ଜଙ୍ଗଲରେ ଶନିବାର ଦ୍ଵିତୀୟ ଦିନରେ ଜାରି ରହିଛି ମାଓ ଦମନ ଅଭିଯାନ। ଏସଓଜି ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ପରେ ଶୁକ୍ରବାର ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ଏନେଇ ବୌଦ୍ଧ ଏସପି ରାଜ୍ ପ୍ରସାଦ ସୂଚନା ଦେଇଛନ୍ତି।

ଏହି ସର୍ଚ୍ଚ ଅପରେସନବେଳେ ମାଓ କ୍ୟାମ୍ପ ଧ୍ୱଂସ କରାଯିବା ସହ ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ଲ୍ୟାଣ୍ଡମାଇନ, ବୋମା, ତାର, ବ୍ୟାଟେରୀ ସହ ଅନ୍ୟାନ୍ୟ ମାଓ ସାମଗ୍ରୀ ପୋଲିସ ହାତରେ ଲାଗିଛି।

ତେବେ ମାଓବାଦୀମାନେ ଆତ୍ମସମର୍ପଣ ନକରିବା ଯାଏଁ ସର୍ଚ୍ଚ ଅପରେସନ ଜାରି ରହିବ। ଏହି ଅଭିଯାନରେ କନ୍ଧମାଳ ପଟୁ ୭ଟି ଟିମ୍ ଓ ବୌଦ୍ଧ ପଟୁ ୫ଟି ଟିମ୍ ସାମିଲ ହୋଇଛନ୍ତି। ଏଯାଏଁ ଏଥିରେ କୌଣସି ସୁରକ୍ଷାକର୍ମୀ କିମ୍ବା ମାଓବାଦୀ ମୃତାହତ ହୋଇନଥିବା ପୋଲିସ ପକ୍ଷରୁ କୁହାଯାଇଛି।

ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଶଗଡ଼ା ଅଞ୍ଚଳର ନଳୀକୁପା ଗାଁ ନିକଟ ସୁବର୍ଣ୍ଣଗିରି ଓ ପେନାଜୋର ଜଙ୍ଗଲରେ ଗୁରୁବାର ଦିନ ଏସଓଜି ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ବିନିମୟ ହୋଇଥିଲା।    

Tags: #Boudh #SearchOperation #MaoistAttack #SOGJawan #Odisha

Comment