ଓଡ଼ିଶାଲାଇଭ୍ ବ୍ୟୁରୋ

ରାଉରକେଲାରେ ଝାଡ଼ାବାନ୍ତି ସ୍ଥିତି ଅଣାୟତ ହେବାରେ ଲାଗିଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ବର୍ତ୍ତମାନ ସୁଦ୍ଧା ୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫୦୦ରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅଛନ୍ତି।

ବୁଧବାର ଦିନ ସ୍ଵାସ୍ଥ୍ୟ ସଚିବ ଶାଲିନୀ ପଣ୍ଡିତ ଏବଂ ରାଜ୍ୟ ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନରଞ୍ଜନ ମିଶ୍ର ଓ ତାଙ୍କ ଟିମ ଝାଡ଼ାବାନ୍ତିର ସ୍ଥତି ପରଖିବାକୁ ରାଉରକେଲାରେ ପହଞ୍ଚିଛନ୍ତି।

ଝାଡ଼ାବାନ୍ତି ଆକ୍ରାନ୍ତ ଏବଂ ମୃକତଙ୍କଠାରେ ହଇଜା ଜୀବାଣୁ ଚିହ୍ନଟ ହେବା ପରେ ରାଉରକେଲାରେ ଏହାକୁ ନେଇ ଆତଙ୍କ ଦେଖାଦେଇଛି। ଇସ୍ପାତ ନଗରୀର ପରିସ୍ଥିତି ଚିନ୍ତାଜନକ ହୋଇଥିବାରୁ ଏଥିରେ ହସ୍ତକ୍ଷେପ କରିଛନ୍ତି ରାଜ୍ୟ ସରକାର। ମଙ୍ଗଳବାର ଦିନ ରାଉରକେଲାରେ ଝାଡ଼ାବନ୍ତି ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଅନ୍ୟ ପଟେ ରାଉରକେଲରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ସଂକ୍ରମଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ ଏବଂ ଆରଏମସି ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି।  ବିଶେଷ କରି ସହରର କୋଏଲ ନଗର, ନାଲାରୋଡ, ଉଦିତନଗର, ଛେଣ୍ଡ କଲୋନି, ବାସନ୍ତୀ କଲୋନୀ, ପାନପୋଷ ବାଲୁଘାଟ ଆଦି ଅଞ୍ଚଳରେ ସଂକ୍ରମଣ ବଢ଼ୁଛି। ବିଭିନ୍ନ କଲୋନୀ ଏବଂ ବସ୍ତିଗୁଡ଼ିକରେ ଡାକ୍ତରୀ ଦଳ ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରୁଛନ୍ତି।

Tags: #Rourkela#Cholera #Diarrhea #Death #Odisha #Health

Comment