ଓଡ଼ିଶାଲାଇଭ୍ ବ୍ୟୁରୋ

ରାଉରକେଲାରେ ଝାଡ଼ାବାନ୍ତି ସ୍ଥିତି ନୟନ୍ତ୍ରଣକୁ ଆସୁନାହିଁ। ଗୁରୁବାର ଦିନ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ପୁଣି ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହେଉଥିବାବେଳେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

ବୁଧବାର ଦିନ ସ୍ଵାସ୍ଥ୍ୟ ବିଭାଗ କମିଶନର ତଥା ସଚିବ ଶାଲିନୀ ପଣ୍ଡିତ ଏବଂ ରାଜ୍ୟ ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ରଙ୍କ ସହ ସ୍ଵାସ୍ଥ୍ୟ ବିଭାଗର ୬ ଜଣିଆ ଟିମ ରାଉରକେଲା ଆସି ଗ୍ରାଉଣ୍ଡରୁ ସ୍ଥିତି ପରିଖିଥିଲେ।

ଇସ୍ପାତ ନଗରୀରେ ବ୍ୟାପିଥିବା ଝାଡ଼ାବାନ୍ତିର କାରଣ ଖୋଜିବାକୁ ଗୁରୁବାର ଦିନ ରାଉରକେଲାରେ ପହଞ୍ଚିଛନ୍ତି କଟକ ଏସସିବିର ୪ ଜଣିଆ ଡାକ୍ତରୀ ଦଳ ଏବଂ ଭୁବନେଶ୍ଵର ଆରଏମଆରସିର ଦୁଇ ଜଣିଆ ବୈଜ୍ଞାନିକ।

ବର୍ତ୍ତମାନ ସୁଦ୍ଧା ଝାଡ଼ାବାନ୍ତିରେ ମୃତ୍ୟୁ ସଂଖ୍ୟା ୧୪ରେ ପହଞ୍ଚିଥିବା ବେଳେ ୧୪ଶହରୁ ଅଧିକ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି। ଏପଟେ ଧୀରେ ଧୀରେ ସ୍ଥିତିରେ ସୁଧାର ଆସୁଥିବା କହିଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର।

Tags: #Rourkela#Cholera #Diarrhea #Death #Odisha #Health

Comment