ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ୧୧୨.୫୩ ମେଗାୱାଟର ସବୁଜ ଶକ୍ତି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଗୁରୁବାର ଶକ୍ତି ବିଭାଗ ଅନ୍ତର୍ଗତ ସିଙ୍ଗିଲ୍ ୱିଣ୍ଡୋ କମିଟିର ବୈଠକରେ ଏହି ପ୍ରକଳ୍ପଗୁଡ଼ିକୁ ଅନୁମୋଦନ କରାଯାଇଛି। ଏହାଦ୍ଵାରା ରାଜ୍ୟରେ ମୋଟ ୧,୦୭୯ କୋଟି ୬୨ ଲକ୍ଷ ଟଙ୍କା ନିବେଶ ହେବ। ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ୍ କୁମାର ଦେବ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ।

ସିଙ୍ଗିଲ୍ ୱିଣ୍ଡୋ କମିଟିରେ ଅନୁମୋଦିତ ପ୍ରକଳ୍ପ ମଧ୍ୟରେ ଜିଏମଆର କମଲାଙ୍ଗା ଦ୍ୱାରା ୩୦ ମେଗାୱାଟ ସୌର ଶକ୍ତି ପ୍ଲାଣ୍ଟ ନିର୍ମାଣ କରାଯିବ। ସେହିପରି ଜିନ୍ଦଲ ଷ୍ଟିଲ୍ ଲିମିଟେଡର ୧୯.୫୩ ମେଗାୱାଟର ରୁଫ ଟପ୍ ସୌର ଶକ୍ତି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି।

ଅନ୍ୟପଟେ ରାଜ୍ୟରେ ଜଳ ବିଦ୍ୟୁତ୍ ଶକ୍ତିର ପ୍ରସାର ପାଇଁ ଓଡ଼ିଶା ହାଇଡ୍ରୋ ପାୱାର କର୍ପୋରେସନର (ଓଏଚପିସି) ଏକ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ଓଏଚପିସି ପକ୍ଷରୁ ଏକ ୬୩ ମେଗାୱାଟ କ୍ଷମତା ବିଶିଷ୍ଟ ଜଳ ବିଦ୍ୟୁତ୍ ପ୍ରକଳ୍ପର ନିର୍ମାଣ କରାଯିବ।

ଜଳବାୟୁ ପରିବର୍ତ୍ତନର ମୁକବିଲା ପାଇଁ ଏବେ ନେଟ୍ ଜେରୋ କାର୍ବନ ଉତ୍ସର୍ଜନ ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗୁରୁତ୍ଵ ଦିଆଯାଉଛି। ଏହାକୁ ହାସଲ କରିବା ଲକ୍ଷ୍ୟରେ ରାଜ୍ୟରେ ଅନେକ ସବୁଜ ଶକ୍ତି ପ୍ରକଳ୍ପ ନିର୍ମାଣ କରିବାକୁ ଯୋଜନା ରଖାଯାଇଛି।

Tags: #GreenEnergyProjects #SolarPower #HydroPower #SingleWindowCommittee #EnergyDept #Odisha

LEAVE A REPLY

Please enter your comment!
Please enter your name here