ଓଡ଼ିଶାଲାଇଭ୍ ବ୍ୟୁରୋ

(ବୌଦ୍ଧରୁ ଦେବବ୍ରତ ଦାଶ): ଜିଏସଟି ଠିକିବା ଅଭିଯୋଗରେ ବୌଦ୍ଧ ସହର ପୋଡ଼ାପଡ଼ା ସ୍ଥିତ ରୋଶନି ଟ୍ରେଡର୍ସରେ ସମ୍ବଲପୁର ଜିଏସଟି ବିଭାଗ ପକ୍ଷରୁ ଶୁକ୍ରବାର ଦିନ ଚଢ଼ଉ କରାଯାଇଛି। ରୋଶନି ଟ୍ରେଡର୍ସର ମାଲିକ କୁଶ ଅଗ୍ରୱାଲଙ୍କ ତିନୋଟି ଠିକଣାରେ ଏକକାଳୀନ ଚଢ଼ଉ ଜାରି ରହିଛି।

କୁଶ ଅଗ୍ରୱାଲଙ୍କ ବାସଭବନ, ଗୋଦାମ ଘର ଏବଂ ଦୋକାନରେ ଚଢ଼ଉ ଜାରି ରଖିଛନ୍ତି ଜିଏସଟି ବିଭାଗର ୬ ଜଣ ଅଧିକାରୀ ଏବଂ ୫ ଜଣ ପୋଲିସ କର୍ମଚାରୀ।  

ବ୍ୟବସାୟୀ କୁଶ ଅଗ୍ରୱାଲ ଦୀର୍ଘ ଦିନ ହେଲା ଜିଏସଟି ଠକି ଆସୁଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଆଧାରରେ ଶୁକ୍ରବାର ଅପରାହ୍ଣଠାରୁ ଜିଏସଟି ଚଢ଼ଉ ଜାରି ରହିଛି।

Tags: #GSTRaid #RoshniTraders #GSTRaidinRoshmiTraders #Boudh #Odisha

Comment