ଓଡ଼ିଶାଲାଇଭ୍ ବ୍ୟୁରୋ

(ବୌଦ୍ଧରୁ ଦେବବ୍ରତ ଦାଶ): ୩୦ ବର୍ଷରେ ପାଦ ଥାପିଛି ବୌଦ୍ଧ ଜିଲ୍ଲା। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରୟାସରେ ୧୯୯୪ ମସିହା ଜାନୁଆରି ୨ ତାରିଖରେ ଅଭିବକ୍ତ କନ୍ଧମାଳ ଜିଲ୍ଲାରୁ ଅଲଗା ହୋଇ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଥିଲା ବୌଦ୍ଧ। ବୌଦ୍ଧ, ହରଭଙ୍ଗା ଓ କଣ୍ଟାମାଳ ୩ଟି ବ୍ଲକକୁ ନେଇ ଗଠନ ହୋଇଥିଲା ବୌଦ୍ଧ ଜିଲ୍ଲା। ଏହାରି ମଧ୍ୟରେ ଅନେକ ଉତ୍ଥାନ ପତନର ସାମ୍ନା କରିଛି ଜିଲ୍ଲା।

କିଛି ହାତ ଗଣତି ଉନ୍ନୟନ କାର୍ଯ୍ୟକୁ ଛାଡ଼ି ଦେଲେ ଆଜି ଜିଲ୍ଲାର ଅଧିକାଂଶ ସ୍ଥାନ ସମସ୍ୟା ଘେରରେ ରହିଛି। ବିଶେଷ କରି ଜିଲ୍ଲାରେ ଉଚ୍ଚଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ତଥା ଗମନାଗମନ କ୍ଷେତ୍ରରେ ଆଜିବି ସମସ୍ୟା ଲାଗି ରହିଛି।

ଜିଲ୍ଲାରେ ଉଚ୍ଚ ଶିକ୍ଷା ପାଇଁ ଉପାନ୍ତ ଅଞ୍ଚଳର ଲୋକ ଆଜିବି ଅନେକ ସମସ୍ୟା ଦେଇ ଗତି କରୁଛନ୍ତି। ଥିବା ଯେଉଁ କେତୋଟି ହାତଗଣତି କଲେଜ ରହିଛି ସେଗୁଡ଼ିକ ଆଜିଯାଏଁ ସରକାରୀ କଲେଜର ମାନ୍ୟତା ପାଇପାରି ନାହିଁ। ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସେବା ପାଇଁ ପଡ଼ୋଶୀ ଜିଲ୍ଲାଗୁଡ଼ିକ ଉପରେ ନିର୍ଭର କରିବାକୁ ପଡ଼େ। ୨୯ ବର୍ଷ ପରେ ମଧ୍ୟ ବିକାଶ ଅପେକ୍ଷାରେ ରହିଛି ବୌଦ୍ଧ ଜିଲ୍ଲା।

Tags: #Boudh #EstablishmentDay #Celebration #Odisha

LEAVE A REPLY

Please enter your comment!
Please enter your name here