ଓଡ଼ିଶାଲାଇଭ୍ ବ୍ୟୁରୋ

(ବୌଦ୍ଧରୁ ଦେବବ୍ରତ ଦାଶ): ବୌଦ୍ଧରେ ପୁଣି ଲାଗିଲା ମାଓବାଦୀ ପୋଷ୍ଟର। ଗଞ୍ଜେଇ ଚାଷକୁ ପ୍ରତ୍ସାହନ ଦେଉଥିବା ପୋଲିସକୁ ଟାର୍ଗେଟ କରି ଏହି ପୋଷ୍ଟର ଲଗାଯାଇଛି। ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ନୂର୍ପା ବାଇପାସ ନିକଟରେ ମାଓବାଦୀ ପୋଷ୍ଟର ଲାଗିଥିବା ମଙ୍ଗଳବାର ଦିନ ସକାଳୁ ଦେଖିବାକୁ ମିଳିଛି।

ଗଞ୍ଜେଇ ଚାଷ ବନ୍ଦ କରିବାକୁ ପୋଷ୍ଟରରେ ଉଲ୍ଲେଖ କରାଯାଇଛି। ଏହି ପୋଷ୍ଟରରେ ଉଲ୍ଲେଖ କରାଯାଇଛି ପୋଲିସ ବଟି ନେଇ ଗଞ୍ଜେଇ ଚାଷୀକୁ ସୁରକ୍ଷା ଦେଉଛି। ଗଞ୍ଜେଇ ଚାଷ ବନ୍ଦ ନକଲେ ଦଣ୍ଡିତ କରାଯିବ ବୋଲି ପୋଷ୍ଟରରେ ଉଲ୍ଲେଖ କରାଯାଇଛି।

ମାଓବାଦୀ ପୋଷ୍ଟରକୁ ଦେଖି ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାଓବାଦୀ ପୋଷ୍ଟର ଜବତ କରିଛି।

Tags: #MaoistPoster #Boudh #Odisha #Maowadi

LEAVE A REPLY

Please enter your comment!
Please enter your name here