ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତିଙ୍କର ଶନିବାର ସକାଳେ ଦେହାନ୍ତ ହୋଇଛି। ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା।

ଜୟନାରାୟଣ ମହାନ୍ତି ଦୀର୍ଘ ଦିନ ହେଲା ବିଭିନ୍ନ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। ୨୦୨୩ ମସିହା ଡିସେମ୍ବର ୨୮ ତାରିଖରେ ସ୍ଵାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଜୟନାରାୟଣ ମହାନ୍ତି କଂଗ୍ରେସର ଜଣେ ଟାଣୁଆ ନେତା ଥିଲେ। ସେ ଜଳେଶ୍ୱରରୁ କ୍ରମାଗତ ୨ ଥର କଂଗ୍ରେସ ବିଧାୟକ ହୋଇଥିଲେ। ପରେ ୨୦୧୯ ମସିହାରେ ସେ ବିଜେପିରେ ସାମିଲ ହୋଇଥିଲେ।

ତାଙ୍କ ବିୟୋଗରେ ବିଭିନ୍ନ ରାଜନୈତିକ ମହିଲାରେ ଶୋକ ପ୍ରକାଶ ପାଇଛି।

Tags: #JaynarayanMohantyPassesaway #FormerMLAJaynarayan #Baleswar #Odisha

Comment